STORYMIRROR

Sanjya Tripathy

Abstract

4  

Sanjya Tripathy

Abstract

ସଂପର୍କ

ସଂପର୍କ

1 min
309

ସଂପର୍କ

ମୁଁ ନ ଥିଲି ବୋଲି

ଅପାଂକ୍ତେୟ ଖେଳ ଏକ ରଚିଲୁ ତୁ

ନାଭି କୈନ୍ଦ୍ରରୁ ଆପାଦମସ୍ତକ

ମାପି ନେଲୁ ତୁ ଘନ ସାନ୍ଦ୍ରକରେ

ଶେଷ ଇଚ୍ଛା, ଶେଷ ଲଜ୍ଜା ଓ ଆଉ ସେପରି କିଛି

ତୋର ମୋର-ଆମୃତୀତ ସଂପର୍କର ଜୁଆର

ଭିଜାଇ ନେବ ସେ ବେଳାଭୂମିର ଅପସୃୟମାଣ ପଦଚିହ୍ନ

ମୁଠାଏ ବାଲିରେ ତୁ ସାଉଁଟି ଆଣିଲୁ ମୁଠାଏ ଆୟୁଷ

ସେହିପରି ସମୁଦ୍ରର ନାବିକ ମାନେ

ତୋଳି ଧରନ୍ତି ମୁଠା ମୁଠା ଆୟୁଷ

ଅମର ଉପତ୍ୟକାର ଲାଲ ଗହୀରରେ ବଂଚି ଦେବା ପାଇଁ

ତୁ ଥିଲେ ବା ମୁଁ ନ ଥିଲେ- କଣ ବା କରିବାର ଅଛି ଯେ

ମୁଠାଏ ଆୟୂଷ ଖରସ୍ରୋତା ନଦୀରେ ବହିଗଲା ବେଳେ

ଯଦି ଲାଖି ଯାଏ ସୁଅ ମୁହଁର ପତରରେ

ତେବେ ତୁ ହିଁ ହେଉ ରସା

ବିଦାୟୀ ସୂର୍ଯ୍ୟକୁ ଆଂଜୁଳାଏ ପାଣି ଟେକି ଦେଇ

ମୁଁ ବରିନିଏ ସନ୍ୟାସ-ବାନପ୍ରସ୍ଥ

ଜୀବନ ଚକ୍ରର ଶେଷ ପର୍ଯ୍ୟାୟରେ

ତୁ ଭରି ଦେଉ ସଂପର୍କର ସୁରମ୍ୟ ସୃଜନଶୀଳତାରେ

ଏକ ବର୍ଷାଭିଜା କବିତାରେ ।।



Rate this content
Log in

Similar oriya poem from Abstract