STORYMIRROR

Bharatabandhu Biswal

Classics Inspirational Others

4  

Bharatabandhu Biswal

Classics Inspirational Others

ସନ୍ମାର୍ଗ

ସନ୍ମାର୍ଗ

1 min
194


ବିଗତ କାଲିର ଭୁଲଭ୍ରାନ୍ତି ପାଇଁ

 ଜୀବନ ହୁଅଇ ଶୋକ ସନ୍ତପ୍ତ 

ଭବିଷ୍ୟତ ପାଇଁ ଭୟ ଆତଙ୍କିତ

 ଛଟପଟ ମନ ଚିନ୍ତା ଗ୍ରସ୍ତ ।

ବର୍ତ୍ତମାନ ଅଟେ ଉତ୍ତମ ଉତ୍କୃଷ୍ଟ

କର ତାର ସତ ବିନିଯୋଗ

ସ୍ୱଚ୍ଛନ୍ଦେ ସତ୍କର୍ମେ ନିହିତ ହୋଇଲେ

ଦିଶେ ସମୁଚିତ ଜୀବନ ମାର୍ଗ ।

ଶାରୀରିକ ଶ୍ରମ କରିଲେ ଅବଶ୍ୟ

ଆରାମ ବିରାମ ଶୟନ ଲୋଡା

ନତୁବା ମଣିଷ ବେଦନା କ୍ଲେଶରେ

ପାଇଥାଏ ବହୁ ଶରୀର ପୀଡ଼ା ।

ସହସ୍ରାର ଚକ୍ର ଆମରି ମସ୍ତିଷ୍କ

ହୃଦୟ ବି ଅଟେ ଅନାହତ

ଅବିରତ ଭାବେ ଦୁହେଁ କାର୍ଯ୍ୟ ରତ

ସୁସଂହତ ନିତ୍ୟ ଅବ୍ୟାହତ ।

ଜ୍ଞାନ ଚେତନାର ସୁବିକାଶ ପାଇଁ

ଅଥକ କଲେ ବି ପରିଶ୍ରମ

କ୍ଲାନ୍ତି ଅବସାଦ ଶତ ଦୁଃଖ କଷ୍ଟ

କରି ନ ପାରଇ ଚଳହୀନ ।

ବ୍ୟବସ୍ଥିତ ହୁଏ ଶିକ୍ଷା ଆଜୀବିକା

ଜୀବନ ସଫଳ ହୁଏ ସାର୍ଥକ

ମିଳଇ ପ୍ରଶଂସା ସୁଖ ଓ ପ୍ରତିଷ୍ଠା

ଇନ୍ଦ୍ରିୟ ମନକୁ କଲେ ସଂଯତ ।

ଉତ୍ତେଜକ ଅଟେ ଖରାପ ଅଭ୍ୟାସ

ଦିଏ କଷ୍ଟ ମୁଣ୍ଡ ବ୍ୟଥା ଅଯଥା

ହୁଅ ଯତ୍ନଶୀଳ ଅଭ୍ୟାସ ଉତ୍ତମ

ସୁନାମ ଅରଜି ଟେକ ସ୍ୱମଥା ।

   ..….....



Rate this content
Log in

Similar oriya poem from Classics