ସନମାନ
ସନମାନ
ମଣିଷ ନିଜର କରମ ବଳରେ ଯଦି
ଧ୍ଯାନ ଯାଇଥାଏ ନ କରି ଫିକର ଫନ୍ଦି।
ପରହିତେ ଯିଏ ନିଜକୁ କଷଣ ଦେଇ
ଧ୍ଯାନର ବଳରେ ଜ୍ଞାନ ପାଇଥାଏ ସେଇ।
କରମରେ ବଳେ ପାଇଥାଏ ଯଶ କେତେ
ବିନା କରମରେ କେହି କି ପାଇଛି ହାତେ?
ଯଦି ଭାଗ୍ଯଥାଏ ମିଳିଥାଏ ତାକୁ ସ୍ଥାନ
ନ ହେଲେ ମଣିଷ ଜୀବନଟା ବ୍ଯର୍ଥ ଜାଣ।
ଏହିସବୁ ଯଦି ଏକତ୍ର ମିଳିବା ହେବ
ଦେଶ ବିଦେଶରେ ସନମାନ ମିଳିଯିବ।
କୁହ ତ ସଂସାରେ ବିନା କରମରେ କିଏ
ସଉଭାଗ୍ଯ ତାକୁ ମିଳି ଯାଇଅଛି ହାଏ।
ଦେଶ ଓ ଜାତିର ପାଇଁ ସଦା ଯେଉଁ ଜନ
ମରିକି ଅମର ହୋଇଛି ତାର ଜୀବନ।
ଆମେରେ ଜଗତେ କୁନିକୁନି ଫୁଲ ଯେତେ
ଆସରେ ଶପଥ ନେବା ହିଁ ସଂସାର ହିତେ।
ଆଜି ସିନା କଢ଼ କାଲିକି ଫୁଟିବା ପରା
ସରରଭ ବାଣ୍ଟି ଦେବାରେ ଦେଖିକି ଖରା।
ଆବାହନ କରେ ଏହି ଟିକି ସୁନାଫୁଲ
ମିଳିତ ମନରେ କରମରେ ଯିବା ଚାଲ।