STORYMIRROR

shmitaa mohanty

Children

3  

shmitaa mohanty

Children

ବାପା

ବାପା

1 min
374

ଭାଗ୍ୟବତୀ ମୁଁ ହେଇପାରିଛି

"ବାପା"ଡାକ ମୁଁ ଡାକିପାରୁଛି

ଭାରି ଗେହ୍ଲା ମୁଁ ମୋ ବାପାଙ୍କର

ଜୀବନ ଠାରୁ ବଡ ବାପା ମୋହର

ପିଲାଦିନୁ ରହିଲି ବାପାଙ୍କଠୁ ଦୂରେ

ପିଲା ଖେଳ ନ ଖେଳିଲି ତାଙ୍କ ସାଥେ

କାମ କାମ ବୋଲି ବାପା ଆସି ପାରନ୍ତିନି

ଝୁରି ଝୁରି କାନ୍ଦି କାନ୍ଦି ସମୟ ମୋ ବିତେନି

ଏକୋଇର ବଳା ମୁଁ ତାଙ୍କ ଗେହ୍ଲେଇ ଝିଅ

ଆରମ୍ଭ ଆଉ ଶେଷ ମୁଁ ହିଁ ତାଙ୍କ ପୁଅ

ସବୁଠୁ ସରଳ ବାପା ମୋହର

ସେନେହରେ ଭରା ହୃଦୟ ତାଙ୍କର

ପର ଆପଣା ଭେଦ ନ କରନ୍ତି

ସାହାଯ୍ୟ ର ହାତ ସଭିଙ୍କୁ ବଢାନ୍ତି

କୋଟିକେ ଗୋଟିଏ ମୋ ବାପା ତାଙ୍କ ପରି ମିଳିବେ ନାହିଁ

ମୋର ସବୁ ସ୍ଵପ୍ନର ସାକାର ରୂପ, ଦ୍ୱିତୀୟ କେହି ନାହିଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children