ଆସ ହସିବା
ଆସ ହସିବା
ଆସ ହସିବା ମନ ଖୋଲି ହସିବା
ହସି ହସିକା ଆନେ ହସାଇଦେବା
ହସାଇଦେବା ମନ ରସାଇ ଦେବା
ଦୁଃଖ ଭୁଲିବା ସୁଖ ବାଣ୍ଟିବା
ହସି ହସି ସମସ୍ତଙ୍କୁ ଭସାଇ ଦେବା ||
ହସି ହସି ନାଚିବା ନାଚି ନଚେଇ ଦେବା
ଗୀତ ଗାଇବା ତାଳି ମାରିବା
ଧରା ଧରି ହୋଇବାନାନା ଖେଳ ଖେଳିବା
ହସି ହସି ଦୁନିଆକୁ ହସାଉଥିବା ||
ଦେଖ ହସୁଛି ଚାନ୍ଦ ତାରା ମେଳେ ଆନନ୍ଦ
ଲୁଚକାଳି ସେ ଖେଳେ କଳା ବଉଦ ତଳେ
ଦେଖ ହସି ହସିକା ଫୁଲେ ତରୁ ଲତିକା
ପବନରେ ଝୁଲୁଥାଇ ଫୁଲି ଫୁଲିକା ||
ହସ ଅମୂଲ ମୂଲ କାହିଁ ନାହିଁ ତା ତୁଲ
ହସୁ ଝରଇ ପରା ମଣି ମୁକୁତା ଝରା
ବାଢ଼େ ମଧୁ ପସରା ସୁଖ ଆଣେ ଅସରା
ହସିଲେ ନୀରୋଗ ହେବ ଏ ସସାଗରା |
