Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gouri Panda

Children

3  

Gouri Panda

Children

ଗୁଣ୍ଡୁଚି ମୂଷା

ଗୁଣ୍ଡୁଚି ମୂଷା

1 min
314



ଗୁଣ୍ଡୁଚି ମୂଷା ରେ, ଗୁଣ୍ଡୁଚି ମୂଷା

ତ ଦେହରେ ଗାର ତିନିଟା। 

କି କାମ କରିଲୁ, ସେନେହ ପାଇଲୁ  

ଏଡିକି ଛୋଟିଆ ଜୀବଟା ?

ଡାଳରୁ ଡାଳକୁ ଡେଉଁଥାଉ ତୁହି

ଖୁସି ଥାଏ ତୋର ମନଟା। 

ଟୁକୁରୁ, ଟୁକୁରୁ ଚାହାଣି ତୋହର

କୁଲୁ କୁଲୁ ଆଖି ଦୁଇଟା। 

ସେତୁ ବନ୍ଧ ବାନ୍ଧିଲେ ଶ୍ରୀ ରାମଚନ୍ଦ୍ର 

କରୁଥିଲୁ ଅନୁମାନଟା। 

ବାଲି ତ ପିଠିରେ ଆଣିଲୁ ସାଉଁଟି 

ତୁ ସେଇ ଛୋଟ ଭକ୍ତ ଟା। 

ତୋତେ ଦେଖି ଦେଲେ ଦୁଃଖ ଭୁଲିହୁଏ

ତୁଇ ସେଇ ଗୁଲୁଗୁଲୁଟା। 

ପିଲାଙ୍କ ମନକୁ ଟାଣିନେଇ ଯାଉ

ଅଟୁ ତୁହି ଯାଦୁଗରଟା। 

ଗୁଣ୍ଡୁଚି ମୂଷା ରେ, ପାଇଛୁ ଜନମ

ଏ ଧରା ରେ ଛୋଟ ଜୀବଟା। 

ମନ କିଣିପାରୁ ସଭିଙ୍କର ତୁହି 

ସାମାନ୍ୟ ନୁହେଁ ଏଇଟା।



Rate this content
Log in

Similar oriya poem from Children