ମୋ ବାପା
ମୋ ବାପା
କିଏ ସେ ହେବ ମୋ ବାପାଙ୍କ ସରି,
ଚାଲି ଶିଖାଇବେ ହାତ ମୋ ଧରି ।
କାନ୍ଦୁଥିଲେ ପୋଛନ୍ତି ସେ ଆଖିରୁ ମୋ ଲୁହ,
ଦାଣ୍ଡେ ନ ଦେଖିଲେ ମତେ ଉଠୁଥାଏ କୋହ ।
ମନ ଜାଣି ଆଣନ୍ତି ସେ ମୋ ପାଇଁ ଦରବ,
ସେଥିପାଇଁ ମୋ ମନରେ କେତେ ଯେ ଗରିବ ।
ଭୁଲ୍ ଥିଲେ ବୁଝାନ୍ତି ସେ ନ ଦେଇ ଯେ ଗାଳିି,
ଗେଲରେ ସେ ଡାକୁଥାନ୍ତିି ମତେ ଝିଅ ବୋଲି ।
ବା ମାନେ ବାୟୁ ପା ମାନେ ପାଣି,
ତାଙ୍କ ବିନା ଜଗତ କୁ ଆମେ ଆସିପାରିବାନି ।
ଜଗନ୍ନାଥଙ୍କ ପାଦପଦ୍ମ ରେ ଏତିକି ମୋ ଅଳି,
ସବୁ ବାପା ହୁଅନ୍ତୁ ମୋ ବାପାଙ୍କ ଭଳି ।
