STORYMIRROR

Chandramani Kandi

Abstract Drama Classics

3  

Chandramani Kandi

Abstract Drama Classics

ଶାନ୍ତି

ଶାନ୍ତି

1 min
237

ଶାନ୍ତି ଟିକେ ପାଇଁ ନିତି ଧାଇଁ ଧାଇଁ

ଫେରିଲି ମୁଁ ଖୋଜି ଖୋଜି

ଲୁହରେ ଭିଜିଲି ଜୁଇରେ ଜଳିଲି

ନିଜ ସାଥେ କରି ବାଜି।


ସଂସାର ଜଞ୍ଜାଳ ହୋଇଲା ପ୍ରବଳ

ନିଜ କଥା ଗଲି ଭୁଲି

କେମିତି ମୁଁ ଅଛି କେମିତି ବଞ୍ଚିଛି

କହି ନାହିଁ କାରେ ଖୋଲି,

ଅନେକ ଦିନରୁ ମୋର ଜୀବନରୁ

ଶାନ୍ତି ତ ଯାଇଛି ହଜି।


ଶାନ୍ତି ଟିକେ ପାଇଁ ନିତି ଧାଇଁ ଧାଇଁ

ଫେରିଲି ମୁଁ ଖୋଜି ଖୋଜି

ଶାନ୍ତି ମିଳେ ନାହିଁ ବଜାରରେ କାହିଁ

କିଣି ତ ଆଣିବା ପାଇଁ ।


ଶାନ୍ତିର ଠିକଣା ପଡ଼ିଲାଣି ଜଣା

କେହି ପାରିଲେନି କହି,

ଅଶାନ୍ତି ନିଆଁରେ ମୋ ନିଜ ଭିତରେ

ବଳି ପଡିଛି ମୁଁ ଆଜି,

ଲୁହରେ ଭିଜିଲି ଜୁଇରେ ଜଳିଲି

ନିଜ ସାଥେ କରି ବାଜି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract