STORYMIRROR

Chandramani Kandi

Children

3  

Chandramani Kandi

Children

ହସ

ହସ

1 min
344

ହସ ନୁହେଁ ବନ୍ଧୁ ଦୁଇଟି ଅକ୍ଷର

ହସ ହିଁ ଶାନ୍ତିର ଆଧାର  

ହସି ହସ ପଦେ କଥା କହିଦେଲେ

ଶତ୍ରୁ ବି ହୋଇ ନିଜର ।।


ହସଟି ହେଉଛି ଏମିତି ଔଷଧ 

ଶରୀରଟା ସୁସ୍ଥ ରହେ  

ହସି ହସି ବନ୍ଧୁ କଥାବାର୍ତ୍ତା ହେଲେ

ବିପଦ ଦୂରେଇ ଥାଏ ।।


ହସି ହସି ଯଦି କଥା ପଦେ କୁହ 

ସଭିଏଁ କରିବେ ଆଦର  

ହସରେ ଖୁସିରେ ଆଦର କରିଲେ 

ସଭିଏଁ ଲାଗିବେ ସୁନ୍ଦର ।।


ହସି ଦେଲେ ବନ୍ଧୁ ଯେଉଁ ଶାନ୍ତି ମିଳେ

ଆଉ କେଉଁଥିରେ ନାହିଁ 

ହସିବା ପାଇଁକି ମନଟିଏ ଲୋଡା

ଧନ କିଛି ଲୋଡା ନାହିଁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children