ହସ
ହସ
ହସ ନୁହେଁ ବନ୍ଧୁ ଦୁଇଟି ଅକ୍ଷର
ହସ ହିଁ ଶାନ୍ତିର ଆଧାର
ହସି ହସ ପଦେ କଥା କହିଦେଲେ
ଶତ୍ରୁ ବି ହୋଇ ନିଜର ।।
ହସଟି ହେଉଛି ଏମିତି ଔଷଧ
ଶରୀରଟା ସୁସ୍ଥ ରହେ
ହସି ହସି ବନ୍ଧୁ କଥାବାର୍ତ୍ତା ହେଲେ
ବିପଦ ଦୂରେଇ ଥାଏ ।।
ହସି ହସି ଯଦି କଥା ପଦେ କୁହ
ସଭିଏଁ କରିବେ ଆଦର
ହସରେ ଖୁସିରେ ଆଦର କରିଲେ
ସଭିଏଁ ଲାଗିବେ ସୁନ୍ଦର ।।
ହସି ଦେଲେ ବନ୍ଧୁ ଯେଉଁ ଶାନ୍ତି ମିଳେ
ଆଉ କେଉଁଥିରେ ନାହିଁ
ହସିବା ପାଇଁକି ମନଟିଏ ଲୋଡା
ଧନ କିଛି ଲୋଡା ନାହିଁ ।।
