ମହାମାରୀ କରୋନା
ମହାମାରୀ କରୋନା
ଆନନ୍ଦ ଧାମରେ ନିରାନନ୍ଦ ଆଜି
ସବୁରି ମୁହଁରେ ମୁଖା
ବଡ ଦାଣ୍ଡ ଆଜି ଶୂନ୍ୟତାରେ ଭରା
ଭକ୍ତ ମୁହଁ ଦିଶେ ଫିକା
ଭୁଲିଗଲେ ପ୍ରଭୁ ଭକତକୁ ତାର
ନ ଦେବା ପାଇଁ ଦେଖା
ମାୟାରେ ରଚିଲେ ବ୍ୟାଧି କୋରୋନାକୁ
ଜୀବନକୁ ଦେଲେ ଶିକ୍ଷା
ସବୁତ ଛଳନା ସେନେହ ପ୍ରେମ ଦୟା
ଏତ ଶୁଷ୍କ ଦୁରୁମ ଶାଖା
ହରିତ ଆରମ୍ଭ ହରି ଠାରେ ଶେଷ
ଆଉସବୁ ଯାହା ଧୋକା
କେହି ନୁହେଁ କାର ଦୁନିଆରେ ତୋର
ଚାଲିବାକୁ ହେବ ଏକା
ହରିନାମ ଧରି ହେବୁ ଭବୁ ପାରି
ସିଏ ତୋର ଏକା ସଖା
