STORYMIRROR

Chandramani Kandi

Children

3  

Chandramani Kandi

Children

ମହାମାରୀ କରୋନା

ମହାମାରୀ କରୋନା

1 min
381

ଆନନ୍ଦ ଧାମରେ ନିରାନନ୍ଦ ଆଜି 

ସବୁରି ମୁହଁରେ ମୁଖା 

ବଡ ଦାଣ୍ଡ ଆଜି ଶୂନ୍ୟତାରେ ଭରା 

ଭକ୍ତ ମୁହଁ ଦିଶେ ଫିକା

 

ଭୁଲିଗଲେ ପ୍ରଭୁ ଭକତକୁ ତାର 

ନ ଦେବା ପାଇଁ ଦେଖା 

ମାୟାରେ ରଚିଲେ ବ୍ୟାଧି କୋରୋନାକୁ 

ଜୀବନକୁ ଦେଲେ ଶିକ୍ଷା 


ସବୁତ ଛଳନା ସେନେହ ପ୍ରେମ ଦୟା 

ଏତ ଶୁଷ୍କ ଦୁରୁମ ଶାଖା 

ହରିତ ଆରମ୍ଭ ହରି ଠାରେ ଶେଷ 

ଆଉସବୁ ଯାହା ଧୋକା 


କେହି ନୁହେଁ କାର ଦୁନିଆରେ ତୋର 

ଚାଲିବାକୁ ହେବ ଏକା 

ହରିନାମ ଧରି ହେବୁ ଭବୁ ପାରି 

ସିଏ ତୋର ଏକା ସଖା 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children