STORYMIRROR

Satyabati Swain

Children Stories

3  

Satyabati Swain

Children Stories

ବିଦ୍ୟାଳୟ

ବିଦ୍ୟାଳୟ

1 min
395

ସବୁଠୁ ନିଆରା ସବୁଠୁ ସୁନ୍ଦର

ବିଦ୍ୟାଳୟ ଏ ଯେ ମୋର

ଦୁନିଆଁ ରେ କାହିଁ ଏମିତି ଥାନ ଟେ

ହେବ ବିଦ୍ୟାର ମନ୍ଦିର ।


ଏଇଠୁ ଆରମ୍ଭ ଜୀବନ ଶିକ୍ଷା ମୋ

ଅକ୍ଷର ପୁସ୍ତକ ମଧ୍ୟେ

ଦୁନିଆଁ ଚିହ୍ନିଛି ଭଲ ମନ୍ଦ ବୁଝିଛି

କେତେ ଲୀଳାୟିତ ଛନ୍ଦେ।


ଏଇଠି ଅଛନ୍ତି ଗୁରୁଜୀ ଗୁରୁମା

ମନ୍ଦିର ପୂଜକ ହୋଇ

ସବୁ ଭଲ କଥା ଏଇଠି ଯେ ଗୁନ୍ଥା

ମଣିଷ ଟେ ହେବା ପାଇଁ।


ଯେଉଁଠି ରହିଲେ ଯାହା ବି ହେଲେ

ତତେ ମୁଁ ଭୁଲିବି ନାହିଁ

ଚିର ସ୍ମରଣୀୟ ଚିର ବନ୍ଦନିୟ

ବିଦ୍ୟାଳୟ ମୋର ତୁହି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍