ମାଟି ମାଆ ହସେ
ମାଟି ମାଆ ହସେ
ଆକାଶ ହସେ ଯେବେ ଜହ୍ନଟି ଉଠେ
ବଗିଚା ହସେ ଯଦି ଫୁଲଟି ଫୁଟେ |
ବସନ୍ତ ହସେ ଯଦି କୋଇଲି ଗାଏ
ପ୍ରକୃତି ହସେ ଯଦି ମଳୟ ବହେ |
ବନ୍ଧୁତା ହସେ ଯଦି ପୁଲକ ଭାଷେ
ଫସଲ ହସେ ଯଦି ମେଘ ବରଷେ |
ଘରଟି ହସେ ଯଦି ପିଲାଟି ଆସେ
ଆହାର ହସେ ଯଦି ମାଆ ପରଷେ |
ଜଙ୍ଗଲ ହସେ ବୃକ୍ଷ ରୋପଣ କଲେ
ପାହାଡ଼ ହସେ ଝରଣାର କଳ କଳେ |
ନଈଟି ହସେ ଜୀବକୁ ଜଳ ଦେଇ
ବୃକ୍ଷଟି ହସେ ଜଗତକୁ ଫଳ ଦେଇ |
ମନ୍ଦିର ହସେ ଭକ୍ତି ମନ୍ତ୍ର ଉଚ୍ଚାରଣେ
ସାଗର ହସେ ସଭିଙ୍କୁ ଖୁସି ଦାନେ |
ସଂସାର ହସେ ଯଦି ମିଳଇ ମନ
ମାଟି ମାଆ ହସେ କଲେ ଦେଶର କାମ |
