STORYMIRROR

Dr Santosh Kumar Panda

Children

3  

Dr Santosh Kumar Panda

Children

ସାଉଁଟା ସ୍ମୃତି

ସାଉଁଟା ସ୍ମୃତି

1 min
433


 କିତିକିତି ଖପରାକାତି

 ବୋହୁ ଚୋରି ଆଉ ମାଙ୍କଡଚିତି।ଘୋ।

 ନଦୀ ପହଁରା, ପୋଖରୀ ବୁଡା

 ପୁଆ ଡାବୁଲି ଓ ଗଛ ଚଢା।

 ଘୁଁ ଘୁଁ ହୋଇ ମଟର ଚଲା

 ଟାୟାର ଚଲେଇ ଦେଶ ବୁଲା।

 ମନେ ପଡେ ଆଜି ଦେଖି ମୋ ନାତି

 ଫେରିବ କି ଯାହା ଯାଇଛି ବିତି।


 କିତି କିତି........

ରାଧୁଆ ଅଜାଙ୍କ ଆମ୍ବ ବଗିଚା

 ଆମ୍ବ ସମୟରେ ହୁଏ ତ ମଜା।

 ଶଗଡରୁ ନେଲେ ପାଞ୍ଚଣ ବାଡି

 ବିଜୁ ଦାଦା ପୁଣି ଦିଅନ୍ତି ରଡି।

 ଗାଆଁ ମେଳଣରେ ଠାକୁର ଦେଖା

 ବମ୍ବେ ଲଡୁ ଖିଆ ବେଲୁନ ଫୁଙ୍କା।

 ଯନ୍ତାଳକୁ ଥାଏ ଅପେକ୍ଷା ନିତି

 ଭୋଜିଭାତେ ଦିନ ଯାଏରେ ବିତି।


 ନିଆଁ ପୁଆଁ ସାଥେ କାଞ୍ଜି ଓ ଭାତ

 ଶୀତଦିନେ ହୁଏ ମଜା ବହୁତ।

 ଦୋଳି ଖେଳ ପୁଣି ରଙ୍ଗର ହୋଲି

 ଗୁଡି ଉଡା ସାଥେ ବାଟିର ଗୁଲି।

 ଗାଆଁ ରୀତି ନୀତି ଗାଆଁ ପରବ

 ଗାଆଁର ଗରବ ଆଉ ଗୈ।ରବ।

 ଏହିପରି ଦିନ ଯାଇଛି ବିତି

 ହୋଇଯାଇଛି ସେ ଅଭୁଲା ସ୍ମୃତି।


କିତିକିତି.......

 ଶାଠ କଥା ଗଲା ପାଠର ଶୁଣ

 ବିଦ୍ୟାଳୟେ ବିତିଛି କିପରି ଦିନ।

 ବିଷୟ ଶିକ୍ଷାକୁ ମୈ।ଳିକ ଶିକ୍ଷା

 କୈ।ଳିକ ଶିକ୍ଷାକୁ ସେବାର ଦୀକ୍ଷା।

 ଆରମ୍ଭ ଘଣ୍ଟାକୁ ଥାଏରେ ଭୀତି

 ଛୁଟି ଘଣ୍ଟା ଭରେ ମନରେ ପ୍ରୀତି।

 ପାଠ ଯେମିତିକୁ ଗୁରୁ ସେମିତି

 ଭୟ ସାଥେ ଥିଲା ଶ୍ରଦ୍ଧା ଓ ଭକ୍ତି।

 କିତିକିତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children