Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rama chandra Pradhan

Children

3  

Rama chandra Pradhan

Children

ଆମ ସୁନାଝିଅ ଖୁସି

ଆମ ସୁନାଝିଅ ଖୁସି

1 min
365


ଦେଖ ଜହ୍ନମାମୁଁ ସରଗ ଶଶୀ 

ଟିକି ଓଠଧାରେ ହସୁଛି ଖୁସି l


କୁନା ମୁନା ସଙ୍ଗେ ଖେଳୁଛି ଆସି 

ସେନେହ ଶରଧା ରଙ୍ଗକୁ ନେସି l


ରାଗ ଅଭିମାନେ ଯାଏନି ରୁଷି 

ମାଆ ଗାଳିଦେଲେ ଦିଅଇ ହସି l


ଭାରି ଗେଲ୍ହା ତା'ର ବିଲେଇ ଲୁସି 

କୋଳେ ଧରି ତା'କୁ ଦିଏ ଆଉଁସି l


ମନେ ରଖେ ସିଏ ପାଠକୁ ଘୋଷି 

ପ୍ରାର୍ଥନା କରଇ ଯୋଗରେ ବସି l


ବଡ଼ଙ୍କ କଥାରୁ ଯାଏନି ଖସି 

ଆମ ସୁନା ଝିଅ ସୁନ୍ଦରୀ ଖୁସି l


Rate this content
Log in

Similar oriya poem from Children