STORYMIRROR

Satyabati Swain

Children Stories

3  

Satyabati Swain

Children Stories

ସେଇ ଝିଅଟା

ସେଇ ଝିଅଟା

1 min
384

ଚୁପ୍ ଚାପ ଗୁମ୍ ସୁମ

ଅଳ୍ପ କଥା କୁହେ

ଛାମୁ ଦାନ୍ତେ ଫାଙ୍କା ଟିକେ

ହସ ଲାଖିଥାଏ।।


କୁଞ୍ଚକୁଞ୍ଚିଆ ଚୁଟି ତାର

ଥାକ ଥାକ ହୋଇ

କାନ୍ଧ ପରେ ଝୁଲିଝୁଲି

କି ସୁନ୍ଦର ଦିଶଇ।।


ଷ୍ଟାଇଲସ୍ ଡ୍ରେସ୍ ତାର

ଡାହାଣ ହାତେ ବହି

ଧୀର ସ୍ଥିର ଚାଲି ସହ

ସ୍ମାଇଲ୍ ଦିଅଇ।।


ଭାରି ରିଜର୍ଭ ସିଏ ବେଶୀ

ମିଶେନା କା ସାଥେ

ଗ୍ରେଭ୍ ଗ୍ରେଭ୍ ଚେହେରା ତା

ବ୍ରେଭ୍ ବ୍ରେଭ୍ ଦିଶେ।।


ସେ ସମୟ ଗଳିଗଲା

ଆଙ୍ଗୁଠି ଫାଙ୍କରେ

ମହାନ ହସ୍ତୀ ସେ ଝିଅ

ପ୍ୟାସନ ଜଗତରେ।।


ନିଷ୍କାମ ଯୋଗ ଯୋଗିନୀ

ଟ୍ରଷ୍ଟି ଓ ଅଧ୍ୟକ୍ଷ

ରାଇଜିଙ୍ଗ ଷ୍ଟାରଟିଏ

କୋଟିଏରେ ଏକ।।


ବିଶ୍ୱ ପରିକ୍ରମା କରେ

ସିଏ ନିତି ପ୍ରତି

ସେଇ ଝିଅଟା ନାମ

ପା ଆମ ବନ୍ଧୁ ମିନତୀ।।


ଆଜିକାଲି ମାଟିରେ ପାଦ ତା

ଆକାଶରେ ଛାଇ

ଜଳୁଛି ଦିନକୁ ଦିନ ଦେଖ

ଯଶ ନାମ କମାଇ।।


କିଏ ଆସି ଠକ୍ ଠକ୍

କରୁଛ କବାଟ

ଦିନ ତମାମ ହଜିବ ସେ

ମନ ହୁଏ ତା ଉଚ୍ଚାଟ।।


ଡିଷ୍ଟର୍ବ କର ନାହିଁ ତାରେ

ଯାହା ଆଣିଛ ଥୁଅ

ହେ ପ୍ରତୀକ୍ଷିତ ଜନ୍ମ ଦିନ! 

ତା ଜୀବନେ ଖୁସି ବରଷାଅ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍