STORYMIRROR

ଦୀପଙ୍କର ଦାସ

Children Stories Inspirational Children

3  

ଦୀପଙ୍କର ଦାସ

Children Stories Inspirational Children

ମାଆ

ମାଆ

1 min
295

କେବେ କେବେ ଭାବେ ମୁଁ

ତୁମ ଯନ୍ତ୍ରଣାର ଆହା ଟିକେ ହୋଇପାରନ୍ତି କି

ନହେଲେ ତୁମ ଅଶେଷ ଖୁସିର ରାହା

କିମ୍ବା ରୁମାଲ ଟିଏ ହୋଇ ତୁମେ ଥକି ଗଲେ

ତୁମ ଝାଳ ସବୁ ପୋଛିପାରନ୍ତି କି

ନହେଲେ ଶାଢ଼ୀ ଟିଏ ହୋଇ

ତୁମ ଦେହରେ ସବୁ ବେଳେ ଯୋଡ଼ି ରୁହନ୍ତି

ଯେମିତି ପିଲାବେଳେ ତୁମେ ମୋତେ ଧରୁଥିଲ

ନହେଲେ ଟିକିଲି ଟିଏ ହୋଇ ତୁମ

ମୁଣ୍ଡରେ ସବୁବେଳେ ଲାଖି ରୁହନ୍ତି କି

ଯେମିତି ତୁମେ ମୋ ଭିତରେ ଦୁନିଆ ଦେଖିଛ

ମୁଁ ତୁମ ଭିତରେ ବି ଦୁନିଆ ଦେଖିଛି

ହେଲେ ଯେତେ ତୁମେ ମୋତେ ଭଲ ପାଉଛ

ମୁଁ ତୁମକୁ ଭଲ ପାଇପରାନ୍ତି କି

ଯେତେ ସ୍ନେହ ଆଉ ଯତ୍ନ ତୁମେ ମୋତେ କରିଛ

ମୁଁ ତୁମକୁ ସେତିକି ଯତ୍ନ କରି ପାରନ୍ତି କି

ମୋର ଯଦି ପୁନର୍ଜନ୍ମ ହୁଏ

ମୁଁ ପୁଣି ତୁମ କୋଳରେ ଜନ୍ମ ହେବାକୁ ଚାହେଁ ନାହିଁ

ତୁମ ବାପା କିମ୍ବା ମାଆ ହୋଇ

ତୁମ କୁ ଜନ୍ମ ଦେବାକୁ ଚାହେଁ

ତୁମର ସେ ଭାଙ୍ଗି ଯାଇଥିବା ସପ୍ନ ସବୁକୁ

ପୁଣି ଯୋଡ଼ି ବାକୁ ଚାହେଁ

ତୁମର ସେ ହଜି ଯାଇଥିବା ପିଲାଦିନ ରେ

ମୁଁ ପୁଣି ରଙ୍ଗ ଦବାକୁ ଚାହେଁ

ତୁମର ଲୁକ୍କାୟିତ ପ୍ରତ୍ୟେକ ଛୋଟ ଛୋଟ

ପ୍ରତିଭାକୁ ଦୁନିଆକୁ ଦେଖାଇବାକୁ ଚାହେଁ

ଆଗ ଜନ୍ମ ସବୁରେ ମୁଁ ତୁମ ପୁଅ ନୁହେଁ

ତୁମ ବାପା ନହେଲେ ମାଆ ହେବାକୁ ଚାହେଁ

ତୁମେ ଦେଇ ଥିବା ସ୍ନେହ ଫେରାଇବା ପାଇଁ ନୁହେଁ

ତୁମ ମୁହଁରେ ଟିକେ ହସ ଦେବାକୁ ଚାହେଁ ।



Rate this content
Log in