STORYMIRROR

Papu parida

Children Stories Inspirational Children

3  

Papu parida

Children Stories Inspirational Children

ଲୌହମାନବ

ଲୌହମାନବ

1 min
309

ଏକତାର ମୂର୍ତ୍ତିମନ୍ତ 

ପ୍ରତୀକ ଲୌହମାନବ

ପ୍ରତୀକ ଲୌହମାନବ

ଦେଶ ସେବା ଦେଶପ୍ରେମେ

ବ୍ରତି ଲୌହମାନବ।

ସେ ଯେ ଲୌହମାନବ।


ରକ୍ତପାତ ବିନା ରଣ

ଜିତେ ଲୌହମାନବ

ଜିତେ ଲୌହମାନବ

ମାତା ଭାରତୀର

ସୁପୁତ୍ର ଲୌହମାନବ।

ସେ ଯେ ଲୌହମାନବ।


ଅପରେସନ ପୋଲୋର

ସୃଜନି ଲୌହମାନବ

ସୃଜନି ଲୌହମାନବ

ଖେଡା ସତ୍ୟାଗ୍ରହେ

ସତ୍ୟାଗ୍ରହୀ ଲୌହମାନବ।

ସେ ଯେ ଲୌହମାନବ।


ଦୃଢତା ବିଶ୍ୱାସୀ 

ସ୍ୱାଭିମାନି ଲୌହମାନବ

ସ୍ୱାଭିମାନି ଲୌହମାନବ

ଶାନ୍ତ ଶିଷ୍ଟ ନମ୍ର ଭଦ୍ର

ଏ ଜାତିର ଗୌରବ।

ସେ ଯେ ଲୌହମାନବ।


ବିକ୍ଷିପ୍ତ ପୁଷ୍ପକୁ ମାଳ

କରିଥିଲେ ଲୌହମାନବ

କରିଥିଲେ ଲୌହମାନବ

କ୍ଷତ ସବୁ ମାତା ଭାରତୀର

କରିଥିଲେ ଲାଘବ

ସେ ଯେ ଲୌହମାନବ।


ସ୍ୱର୍ଗରେ ଥାଇ ଆଜି

ମାଗୁଛନ୍ତି ଜବାବ

ମାଗୁଛନ୍ତି ଜବାବ

ପୁଷ୍ପମାଲ୍ୟ ରହିବ

ନା ସେ ଇର୍ଷାରେ ଛିଡି ଯିବ

ପଚାରୁଛନ୍ତି ଲୌହମାନବ।

ହଁ

ସେ ଯେ ଲୌହମାନବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍