ସଂକ୍ଷିପ୍ତ ରାମାୟଣ (ଆରଣ୍ୟକ କାଣ୍ଡ
ସଂକ୍ଷିପ୍ତ ରାମାୟଣ (ଆରଣ୍ୟକ କାଣ୍ଡ


ରାମ ବନବାସ ବିଚ୍ଛେଦେ ରାଜନ
ତେଜିଦେଲେ ନିଜପ୍ରାଣ ।
ହା ରାମ ହା ପୁତ୍ର ବୋଲି ପ୍ରାଣଗଲା
ବିହି ହୋଇଗଲା ବାମ ।।
ପିତାଙ୍କ ନିଧନ ବାରତା ପାଇଣ
ରାମ ସୀତା ଲଇକ୍ଷଣ ।
ପିତା ପିତା ବୋଲି ରୋଦନ କରନ୍ତି
ଅବନୀରେ ଗଡି ପୁଣ ।।
ଏଥୁ ଅନନ୍ତରେ ଦଣ୍ଡକାରଣ୍ୟରେ
ପ୍ରବେଶ ହୋଇଲେ ଯେବେ ।
ପଞ୍ଚବଟୀ ଠାରେ ଗୋଦାବରୀ କୂଳେ
ତର୍ପଣ କରିଲେ ତେବେ ।।
ତିଆରି କରିଲେ ପର୍ଣ୍ଣ କୁଟୀର
ଋଷି ଜାଗ ରକ୍ଷା ପାଇଁ ।
ଋଷିଙ୍କୁ ଉଦ୍ଧାରି ଅସୁରଙ୍କୁ ମାରି
ବିରାଜିଲେ ପ୍ରଭୁ ତହିଁ ।।
ଏମନ୍ତ ସମୟେ ସୂର୍ପଣଖା ଆସି
ଉଭାହେଲା ତତକ୍ଷଣ ।
ବିଭିନ୍ନ ପ୍ରକାରେ ସୀତାଙ୍କୁ ଡରାଇ
କରିବବୋଲି ଭକ୍ଷଣ ।।
ସୁନ୍ଦରୀ ତରୁଣୀ ଅତି ମାୟାବିନୀ
କରଇ ମଧୁର ଭାଷ ।
ରାମ ଲଇକ୍ଷଣ ଯୁବା ଯୌବନକୁ
କରିବା ପାଇଁ କି ବଶ ।।
ଏମନ୍ତ ସମୟେ ଧରି ଲଇକ୍ଷଣ
ନାଶା କର୍ଣ୍ଣ କାଟିଦେଲେ ।
ଯାଅ ରେ ଦାନବୀ ତୁରନ୍ତ ଏଠାରୁ
କହି ବହୁ ଧିକ୍କାରିଲେ ।।
ଏସନ ସମୟେ ଖର ଦୁଷଣ ଓ
ତ୍ରିଶିରାଙ୍କୁ କଲା ଦେଖା ।
ଜିରା ରୁ ଶିରା କୁ ସଜାଇ କହିଲା
ଅସୁରୁଣୀ ସୂର୍ପଣଖା ।।
ତହୁଁ ତିନିଭାଇ ଗର୍ଜନ କରିଣ
ଆସି ଯୁଦ୍ଧ ଆରମ୍ଭିଲେ ।
ରାମ ଶରେ ତିନି ଅସୁର ସେଠାରେ
ପ୍ରାଣ ତେଜିଣ ପଡିଲେ ।।
ତହୁଁ ଯାଇ ଭାଇ ରାବଣ ଆଗରେ
ଧିରେ ସୂର୍ପଣଖା କହି ।
ନାଶା କର୍ଣ୍ଣ ମୋର କାଟି ପକାଇଲେ
ଜଟାଧାରୀ ଦୁଇଭାଇ ।।
ପଞ୍ଚବଟୀ ବନେ ଛନ୍ତି ବେନିଜନେ
ସାଥେ ସୁନ୍ଦରୀ ତରୁଣୀ ।
ତାକୁ ଆଣି ତୋତେ ବିଭା ଦେବିବୋଲି
ଗଲି ମୁହିଁ ଅସୁରୁଣୀ ।।
କହିଲି ଅଗ୍ରତେ ରାବଣର ମୁହିଁ
ଏକଇ ଭଉଣୀ ଅଟେ ।
ତଥାପି ମୋ ନାଶା କର୍ଣ୍ଣ କାଟିଦେଲେ
ଭୟ ନ କରିଣ ମୋଟେ ।।
କ୍ରୋଦ୍ଧଭର ହୋଇ ଗର୍ଜିଲା ରାବଣ
କିଏ ସେ ଦୁର୍ମଳ ମତି ।
କେଡେ ତା ସାହସ ନାଶା କର୍ଣ୍ଣ କାଟି
ପଠାଇଲା ମୋରକତି ।।
ସହସା ରାଇଲା ବୀର ମାରିଚକୁ
ଡକାଇ କହେ ସତ୍ୱରେ ।
ବୋଲଇ ତୁହିରେ ମୃଗ ବେଶ ହୋଇ
ଯିବୁଟି କୁଟୀର ଦ୍ୱାରେ ।।
ତୋତେଦେଖି ସୀତା ଲୋଭିତ ହୋଇବ
କହିବ ରାମ ଲକ୍ଷ୍ମଣେ ।
ରାମଚନ୍ଦ୍ର ତୋର ପଛେ ପଛେ ଗଲେ
ଯିବୁ ତୁହି ଘୋର ବନେ ।।
ଯେବେ ରେ ତୋ ଦେହେ ବାଜିବଟି ଶର
ଡାକିବୁ ରଖ ଲକ୍ଷ୍ମଣ ।
ତୋର ଡାକ ଶୁଣି ଜନକ ନନ୍ଦିନୀ
ଇତସ୍ତତ ହେବେ ପୁଣ ।।
ଲକ୍ଷ୍ମଣ ଯେବେରେ ଆସିବ ସନ୍ଧାନେ
ଯିବି ଯୋଗୀ ବେଶ ହୋଇ ।
ଭିକ୍ଷାଅବୃତ୍ତି ଆଶେ ଯିବି ସୀତା ପାସେ
ଆଣିବି ତାକୁ ଚୋରେଇ ।।
ମାରୀଚ ବିଚାରେ ନିଜ ବିବେକରେ
ନ ଗଲେ ମାରିବ ଏହି ।
ଅସୁର ହାତରେ ମରିବା ଅପେକ୍ଷା
ପ୍ରଭୁ ହସ୍ତେ ମରିବଇଁ ।।
ଚଳିଲା ମାରୀଚ କୁଟୀର ସମ୍ମୁଖେ
ହୋଇ ମାୟାମୃଗ ବେଶ ।
ଦେଖିଣ ଜାନକୀ ଆନନ୍ଦିତ ହେଲେ
ପାଳିବାକୁ କରି ଆଶ ।।
କହନ୍ତି ଜାନକୀ ଦେଖ ଏ ମୃଗକୁ
ଦିଶେ କେଡେ ମନୋହର ।
ଏହି ମୃଗ ଆଣି ଦିଅ ହେ ଗୋସେଇଁ
ପାଳିବି ମୁହିଁ କୁଟୀର ।।
କହନ୍ତି ସଧିରେ ରଘୁକୁଳ ସାଇଁ
ଏ ନୁହେଁ କୁରଙ୍ଗୀ ସତ ।
ମାୟାମୃଗ ପରି ଦିଶୁଛି ସୁନ୍ଦରୀ
ନ ବଳା ମନ ତୁହିତ ।।
ରୋଷ କଲେ ଯେଣୁ ରାମରାଣ ତେଣୁ
ଗଲେ ଧନୁଶର ଧରି ।
କୁହନ୍ତେ ଲକ୍ଷ୍ମଣ କୁଟୀର ଦ୍ୱାରରେ
ଥିବୁ ଧନୁଶର ଧରି ।।
ନ ଫେରିବା ଯାଏଁ ନ ଯିବୁଟି ଠାଏଁ
କୁଟୀର ଦ୍ଵାରକୁ ଛାଡି ।
ଏତିକି କହିଣ ପଛେ ଗୋଡ଼ାଅନ୍ତେ
ମୃଗ ଯାଏ ଦୌଡ଼ି ଦୌଡ଼ି ।।
କେତେବ
େଳେ ପାଶେ କେତେବେଳେ ଦୂରେ
କେତେବେଳେ ଦିଶେ ନାହିଁ ।
କେତେବେଳେ ମୃଗ ଆଗରେ ଅଛି ତ
କେତେବେଳେ ହୁଏ ଛୁଇଁ ।।
ମାରିଦେଲେ ଶର ଯେବେ ରଘୁବୀର
ଡାକିଲା ଲକ୍ଷ୍ମଣ ରଖ ।
ଏ ଡାକ ଶୁଭିଲା ସୀତାଙ୍କର କର୍ଣ୍ଣେ
ଯାଅ ତୁମ୍ଭେ ଭ୍ରାତା ପାଖ ।।
ଅନେକ ବୁଝାଇ କହନ୍ତେ ଲକ୍ଷ୍ମଣ
ସିତୟା ବୁଝିଲେ ନାହିଁ ।
ସ୍ୱାମୀଙ୍କର ଅନ୍ତେ ମୋତେ ଆଶାକରି
ଲକ୍ଷ୍ମଣ ତୁ ଯାଉନାହିଁ ।।
ଅନେକ ଧିକ୍କାର କରିବାରୁ ବୀର
ଗଲେ ତିନି ଗାର କାଟି ।
ଏମନ୍ତ ସମୟେ ରାବଣ ବିରାଜେ
ହାତେ କମଣ୍ଡଳୁ ଗୋଟି ।।
ଭିକ୍ଷା ଦିଅ ଭିକ୍ଷା ଦିଅ ବୋଲି କହି
ଅନେକ ମନ୍ତ୍ର ଉଚ୍ଚାରୀ ।
ପର୍ଣ୍ଣ କୁଟୀର ର ଦ୍ୱାର ଦେଶେ ଯାଇ
ଉଭା ହେଲା ଲଙ୍କଶିରୀ ।।
ଛଳ କଳ କରି ସୀତାଙ୍କୁ କହିଣ
ସ୍ୱାମୀଙ୍କ ବିପଦ କଥା ।
ତିନି ଗାର ଡେଇଁ ନ ଦେଲେ ତପିନୀ
ଫେରିଯିବ ପୁଷ୍ପରଥା ।।
ନିଜ ହସ୍ତେ ତିନି ଗାର କୁ ମେଣ୍ଟାଇ
ଭିକ୍ଷା ଥାଳ ହସ୍ତେ ଧରି ।
ସଭକ୍ତି ମନରେ ଆସନ୍ତେ ସଧିରେ
ଧରି ନେଲା ଲଙ୍କଶିରୀ ।।
ପୁଷ୍ପକ ବିମାନେ ବସାଇ ସୀତାଙ୍କୁ
ଗଲା ଆକାଶ ମାର୍ଗରେ ।
ଯିବାବେଳେ ସୀତା ରୋଦନ କରନ୍ତେ
ଜଟାୟୁ ଥିଲା ବାଟରେ ।।
ଦେଖିଲା ଜଟାୟୁ ଲଙ୍କାର ରାବଣ
ଚୋରେଇ ନେଉଛି ସୀତା ।
ଉଠିଲା ସହସା ଆରମ୍ଭିଲେ ଯୁଦ୍ଧ
ଶ୍ରୀରାମଙ୍କ ଧର୍ମ ପିତା ।।
ଘୋର ଯୁଦ୍ଧ କଲା ରାବଣ ସହିତେ
ଶେଷରେ ଗଲାଟି ହାରି ।
ଦୁଇଡେଣା ତାର କାଟି ପକାଇଲା
ଲଙ୍କାଗଡ଼ ଲଙ୍କଶିରୀ ।।
ସୀତା କାନ୍ଦୁଥାନ୍ତି ପୁଷ୍ପକ ବିମାନେ
ଗଛ ବୃକ୍ଷ ସାକ୍ଷୀକରି ।
କହିବ ଏ ପଥେ ଖୋଜିବାକୁ ଯେବେ
ଆସିବେଟି ଧନୁର୍ଦ୍ଧାରୀ ।।
ଯେତେବେଳ ଯାଏଁ ପ୍ରଭୁ ନ ଆସିବେ
ପକ୍ଷୀ ଜଟା ତୋ ପାସର ।
ସେତେବେଳ ଯାଏଁ ପ୍ରାଣ ନ ଛାଡିବ
ଏହିକଥା ସତ୍ୟ ମୋର ।।
ସୀତାଙ୍କୁ ନେଇଣ ଲଙ୍କାର ରାବଣ
ଅଶୋକ ବନେ ରଖିଲା ।
ତ୍ରିଜଟା ସହିତେ ଅସୁରୁଣୀଙ୍କୁ ଯେ
ସେହିଠାରେ ଜଗାଇଲା ।।
ମାୟା ମୃଗ ଧରି ବେନି ଭାଇ ଯେବେ
ଡାକନ୍ତି କୁଟୀର ଦ୍ୱାରେ ।
ସୀତା ସୀତା ବୋଲି ଛାଡନ୍ତେ ବୋବାଳି
କାହିଁଗଲୁ କୁହ ଥରେ ।।
ଖୋଜୁ ଖୋଜୁ ରାମ ବାଟରେ ଦେଖିଲେ
ଜଟାୟୁ ପଡିଛି ପୁଣି ।
ଲଙ୍କାର ରାବଣ ଚୋରେଇ ନେଇଛି
ଜନକ ରାଜନନ୍ଦିନୀ ।।
ଜଟାୟୁ ମୁଖରୁ ସୀତାଙ୍କ ବାରତା
ଶୁଣିଲେ ରାମ ଲକ୍ଷ୍ମଣ ।
ଏତକ କହିକି ପକ୍ଷୀ ଜଟାଙ୍କର
ପିଣ୍ଡରୁ ଛାଡିଲା ପ୍ରାଣ ।।
ପକ୍ଷୀ ଜଟାଙ୍କର ଶବ ର ସତ୍କାର
କରିଲେ କ ଦୁଇଭାଇ ।
ତହୁଁ ଚଳିଗଲେ ଦୂରରେ ଦେଖିଲେ
କବନ୍ଧ ଅଛଇ ଶୋଇ ।।
ରାମ ଲଇକ୍ଷଣ ପାଖକୁ ଯାଇଣ
ପଚାରନ୍ତି କିଏ ତୁହି ।
ଲଙ୍କାର ରାବଣ କେଉଁ ବାଟେ ଗଲା
ପରିବୁକି ତୁହି କହି ।।
ଆମ୍ଭର ଘରଣୀ ଜନକ ଦୁଲଣି
ସୁନ୍ଦରୀ ତରୁଣୀ ମଣୀ ।
ଲଙ୍କାର ରାବଣ ଚୋରେଇ କରିଣ
ନେଇ ଯାଉଅଛି ପୁଣି ।
କେମନ୍ତ ପରାୟେ ଉଦ୍ଧରିବୁ ସୀତା
ଦିଅ ହେ ମାର୍ଗ ବତାଇ ।
କବନ୍ଧ କହିଲା ଏହି ବାଟେ ଯିବ
ମୁହିଁ ଦେଉଅଛି କହି ।
କବନ୍ଧ କହିଲା ଅନେକ ଦୂରରେ
କିଷ୍କିନ୍ଧ୍ୟା ରାଜ୍ୟ ଅଛଇ ।
ସୁଗ୍ରୀବର ରାଜା ସହିତେ ସେଠାରେ
ମିତ୍ରତା କରିବ ଯାଇ ।
ତାଙ୍କ ସାଥେ ମିତ୍ର ହୋଇଲେ ଶ୍ରୀରାମ
ପାଇଯିବ ସୈନ୍ୟବଳ ।
ଲଙ୍କା ଯାଇ ସୀତା ଉଦ୍ଧାରିବା ପାଇଁ
ଆଉ ହେବନି ଦୁର୍ବଳ ।
କବନ୍ଧ ଉଦ୍ଧରୀ ପ୍ରଭୁ ଚାପଧାରୀ
ତହୁଁ ଚଳିଲେ ତୁରିତ ।
ଆରଣ୍ୟକ କାଣ୍ଡ ଚରିତ ଏଠାରେ
ହୋଇଗଲା ସମାପତ ।