Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Upendra Mahala

Romance Inspirational

4  

Upendra Mahala

Romance Inspirational

ସଂକଳ୍ପ

ସଂକଳ୍ପ

1 min
188



ଦେଖ , ଆଜି ମୁଁ ବାଜି ଲଗାଇ 
ଚାଲି ପାରୁଛି ଆଗରେ
ଜିତିବାର ସଂକଳ୍ପ ନେଇ.....

ପଛରେ ଛାଡି ନୀଳ ଜହ୍ନର ମାୟା, 
କିଛି ଶୁଖିଲା ଖାଦ୍ୟ
ପାଦତଳର ଅନ୍ତଃସ୍ରୋତ, ସୁଖଦୁଃଖର ପ୍ରବାହ।
ହାରିବା ଆଗରୁ ଆଉ କେତେ ଡରିଥାନ୍ତି 
କାଳେ ଧାଇଁ ନ ପାରିବି
ସମୟ ସହ ତାଳ ଦେଇ....
ଆଦରି ନେଇଥିଲି
ଦୁଃଖକୁ ସୁଖ ବୋଲି
ମନ୍ଦିର ବେଡାର ମାଟି ଘୋଡା ଭଳି
ପାଦରେ ବାନ୍ଧି ରଖିଥିଲି ମାୟାର
ଅଦୃଶ୍ୟ ବେଡି।

ଡରି ଡରି ତ ହଜାଇ ଦେଇଛି କେବେଠାରୁ 
ପିଲାଦିନ, ସାଙ୍ଗସାଥୀ, ବୟସ, ସବୁ କିଛି
ଜୀଇଁଛି ଜୀବନ ସଂଘର୍ଷର ଲୁହ ପିଇ।

ମନେ ଅଛି ସାଥୀର ରାଣ
ଚାଲନା ବାଜି ଲଗାଇ ଚାଲିବା,
ଜମା କାହାକୁ ଡରିବାନି 
ଜୀବନ କି ମରଣକୁ ଚିରକାଳ।
ଲଢିବା ଓ ଅ।ଶା ଦୁହେଁ ତ ଜୀବନ !!

ଏବେ ଦେଖ ...କେମିତି ଧାଇଁ ପାରୁଛି
ଏକାଏକା ମୁଁ...ହରାଇବାକୁ
ସମୟର କଠିନ ପ୍ରବାହକୁ
ସାଥୀ ମୋର ଅବସନ୍ନ ଦେହହାତ, 
ଭୋକର ମାନଚିତ୍ର।

ବହୁଦୂରେ ଛାଡି ଅ।ସିଛି
ବରଗଛ ଓହଳରେ ଝୁଲୁଥିବା 
ପିଲାଦିନର ମଧୁଝରା ସ୍ବପ୍ନ 
ନିରିମାଖି ଗାଆଁ ମାଟିର ଶୁଖିଲା ମୁହଁ।
ବହୁଛି ଅମାନିଅ। ପ୍ରତିକୂଳ
ଧୂମାଳ ପବନ
ଠେଲି ନେଉଛି ପଛକୁ ପଛ।
ଟଳଟଳ ଅଥୟ ପାଦ,  
ଅ।ଗକୁ ଦିଶୁନି ରାସ୍ତା
ପ୍ରତିକ୍ଷଣ ହାରିଯିବା ଭୟ...

ତଥାପି ଚାଲିଛି ବାଟ
କାଳେ ଭେଟିବି ମରୁ ଉଦ୍ୟାନ
ମୋ ହଜିଲା ପ୍ରିୟାର ନୂଅ। ଠିକଣା,
ତା' ନୂଅ। ଚାଳଘର।
ଜୀଇଁବାର ରାହା, ଶେଷ ଥର।

ଅଟଳ ମୋ ସଙ୍କଳ୍ପ
ଡେଇଯିବି ବାଧାବନ୍ଧନ।
ନିଃସ୍ବ ମୋ ହାତ, ତଥାପି 
ଯିବା ବେଳେ ଦେଇଯିବି ଦୁନିଅ।କୁ
ମୋ ସନ୍ତକ ଦୁଇଟି ଅ।ଖି, 
ହୁଏତ କେହି ଦେଖିବ
ନୂଅ। ଦୁନିଅ।ର ଅ।ଲୋକ।

********


Rate this content
Log in

Similar oriya poem from Romance