ସଂଜ ଯେବେ ନଇଁଯାଏ
ସଂଜ ଯେବେ ନଇଁଯାଏ
ସଂଜ ଯେବେ ନଇଁଯାଏ,
ସୂରୁଜ ପଶ୍ଚିମେ ଢଳେ ।
ଡାକିଦେଇ ଛପି ଯାଏ
ଛାଇ ଲେଉଟାଣି ବେଳେ
ରାତିର ସେ ସାଥୀ ହୋଇ
ସପନ କାଉଁରୀ ନେଇ ।
ପାଦ ଚିପି ଚିପି ଆସେ
ମୋ' ଘର ଏରୁଣ୍ଡି ଡେଇଁ।
ଛପି ଯାଏ ଭାବନାରେ
ପଛକୁ ଫେରି ଚାହିଁଲେ ।
ପଲକ ମୋ ପଡେ ନାହିଁ,
ଖୋଜୁ ଥାଏ ତାକୁ ମୁହଁ,
ସେ ମୋତେ ଖୋଜୁଥାଏ
ମୋ' ଅଜାଣତେ ରହି ।
ତାକୁ ମୁଁ ଆଙ୍କେ ଚିତ୍ରେ
ମୋ ମନ କାନଭାସରେ।
ନାଆଁ ଦିଏ ଶରଧାରେ
ସେ ରହେ ମୋ'କବିତାରେ
ଲୁଚି ଲୁଚି ପଢେ ତାକୁ
ରାତି ଶୋଇ ଗଲାପରେ
ସ୍ମୃତିର ସେ ଅନାମିକା
ନାୟିକା ମୋ କବିତାରେ ।