ସଂହତି
ସଂହତି


ଅନ୍ଧ ପ୍ରେମ ର ଆବେଗ ଟିଏ ହୋଇ
ଯେବେ ମୁଁ ତୁମକୁ ଭେଟିବି
ସେବେ ପର ଜନ୍ମ ର ସଂହତି ଟିଏ
ଅପେକ୍ଷା ରେ ଥିବ ନିଶ୍ଚିତ ।
ମୁଁ ଭେଟିବି ତୁମକୁ
ଗୋଲାପୀ ଗାଲିଚାର ମସୃଣ ଆସ୍ତରଣ ରେ
ସ୍ୱାଭିମାନ ରେ ଲମ୍ଫ ଡେଇଁ ଚମ୍ପା ଫୁଲ ର ବାସ୍ନା ରେ
ସେ ଦିନ ଜାଣିବ,
ମୁଁ ରାଧା ଙ୍କ ଅନୁକୃତି ରେ ଥିଲି
ତୁମରି କଳ୍ପନା ରେ ଅବା ମୀରା ଟିଏ ହୋଇ
ତୁମରି ପ୍ରେମାରାଧନା ରେ.....।
ତୁମେ ମୋତେ ଗୋପୀ ଙ୍କ ମେଳି ରେ
ଗଣିବନି ପ୍ରିୟ!
ମୁଁ ଆତ୍ମାରୁ ବି ହଜିଯିବି ।
ଜୀବନ ର ସଂଜ୍ଞା ଟିଏ ଖୋଜିଥିଲି ଦିନେ
ଥିରି ଥିରି ପାଦରେ ତୁମେହିଁ ଆସିଲ
ତୁମ ତର୍ଜନୀ ର ରେଖାରେ
ନିଜ ନାମ କୁ ଖୋଜିଲି
ପ୍ରେୟସୀ ର ଭାବ ନେ
ଇ
ରେଖା ସବୁ ଅସଜଡ଼ା ଲାଗିଲା
ଅଗଣିତ ଚିହ୍ନ ରେ ।
ସ୍ୱାଭିମାନି ମନ ମତେ ଉପେକ୍ଷଣ କଲା
ତୁମେ କୃଷ୍ଣ କଳାରେ ଜନ୍ମ
ହୋଇଥାଇପାର ମୁଁ ତ ଗୋପିକା ନ ଥିଲି
ଅପ୍ରତିମ ଆଭରଣ ଟିଏ
ଘୋଡ଼ାଇ ବସିଥିଲି ପୂର୍ବଜନ୍ମ ରୁ
ତୁମେ ମୋତେ ଚିହ୍ନି ପାରିଲନି ପ୍ରିୟ!
ସେଇ ଲକ୍ଷେ ଗୋଲାପ ର ମୋହ
ମୋତେ ବାନ୍ଧି ପାରିନଥିଲା
ବାନ୍ଧିଥିଲା ସତ୍ୟଯୁକ୍ତ ପ୍ରେମାନୁବନ୍ଧନ ।
ଆଜି ମୁଁ ପଞ୍ଚତତ୍ତ୍ୱ ର ରହସ୍ୟ ରେ
ବାନ୍ଧି ହୋଇ ଯାଇଛି
ସେଥିପାଇଁ ସେଇ ଏକାନ୍ତ କୁ
ପ୍ରେମ କରୁଛି ।
ତୁମେ ଆଜି ଭିନ୍ନ ମାର୍ଗ ର ପଥିକ
ଯଦି ସଂହତ ର କାମନା କରିବ
ପରଜନ୍ମରେ ନିଶ୍ଚୟ ଭେଟିବି ।