ସଂଗରୋଧ
ସଂଗରୋଧ
ଆବଦ୍ଧ କୋଠରୀ...
ଚାରିଆଡେ ଅନ୍ଧକାର...
ମତେ କିଛି କହିବାର ସାହସ ନାହିଁ,
ଆଉ...
ମତେ କେହି ଶୁଣିବା ଲୋକ ନାହିଁ ।
ଆଜି ଶ୍ୱାସରୁଦ୍ଧ...
ଜୀବନ ଯୁଦ୍ଧରେ...
ଏକା ଏକା ମୁଁ କେବେ ବିଲିବିଲୋଉଛି,
ବେଳେବେଳେ...
କାନ୍ଥ କୁ ଜୋରରେ ଗୋଇଠା ମାରୁଛି ।
ମୋ ବନ୍ଧୁବାନ୍ଧବ...
ମୋ ପରିଜନ...
ସମସ୍ତେ କରିଛନ୍ତି କେବେଠୁ ମତେ ସଙ୍ଗରୋଧ,
ପୁଣି...
ବାହାରକୁ ଅଦ୍ୟୋ ନଯିବାକୁ କରିଛନ୍ତି ଅନୁରୋଧ ।
ଗାଁ ଲୋକ...
ପଡ଼ିଶା ଘର...
ସମସ୍ତଙ୍କ ମୁହଁରେ କେବଳ ଗୋଟିଏ ବାକ୍ୟ,
କାଳେ...
ମୁଁ ଅଜଣା ଏକ ରୋଗରେ ଆକ୍ରାନ୍ତ ।
ଦେଶ ସାରା...
ଦୁନିଆ ସାରା...
ଏ ରୋଗ ବହୁତ ବ୍ୟାପି ଚାଲିଛି,
ସତେ...
ଦିନକୁ ହଜାର ହଜାର ପ୍ରାଣ ନଉଛି ।
ହେ ପଡ଼ୋଶୀ...
ହେ ଦେଶବାସୀ...
ଶୁଣ ମୋର କଥା ମନ ଦେଇ,
ଅନାବଶ୍ୟକେ...
ରହିଥାଅ ନିଜ ଘରେ ପଦାକୁ ନଯାଇ ।
ପ୍ରଶାସନ କଥା...
ସରକାର କଥା...
ଅକ୍ଷରେ ଅକ୍ଷରେ ସବୁ କର ପାଳନ,
ନହେଲେ...
ମୋ ଭଳି ମରଣାନ୍ତକ ଅବସ୍ଥା ହୋଇବ ଜାଣ ।
