ସଙ୍କଟେ ବିଶ୍ବ ପରିବେଶ
ସଙ୍କଟେ ବିଶ୍ବ ପରିବେଶ
ଆପ,ତେଜ ,ବାୟୁ, କ୍ଷୀତି,ଅମ୍ବରାଦି ତତ୍ତ୍ୱ,
ପ୍ରକୃତି ସୃଜନା ନେଇ ପଞ୍ଚ ମହାଭୂତ ।
ଝର,ନିମ୍ନଗା ବହି ସାଗରେ ସଙ୍ଗମ ,
ବାଷ୍ପିତେ ସାଗର ଜଳଦ ଆଚ୍ଛାଦେ ବ୍ୟୋମ।
ସମୀର ସଂଘର୍ଷେ ଢାଳେ ବାରିଧାରା ,
ଜଳଚକ୍ରେ ବିକଶେ ସବୁଜ ଏ ଧରା ।
ତରୁ ବନାନି ଯେତେ ଘନ ସୃଷ୍ଟିକାରୀ ,
ତା ବିନା ହେବ ପ୍ରକୃତି ପ୍ରଳୟଙ୍କରୀ ।
ଜଳ ସ୍ଥଳ, ନଭ ସମିଶ୍ରଣେ ଆମ ପରିବେଶ ।
ବିନଷ୍ଟ କରୁଛି ଆଜି ତାକୁ ଅଜ୍ଞାନୀ ମଣିଷ ।
ପଲିଥିନର କରି ବହୁଳ ଅବାଧ ବ୍ୟବହାର,
ସିମୀତ ସୁଖ ପାାଇଁ ପୃୃୃୃୃଥ୍ୱୀଲୋକ ନାରଖାର ।
ଜରି ଆବର୍ଜନା କୁଢ ସହରେ ସ୍ଥାନେ ସ୍ଥାନେ,
ଗୋରୁ ଭୁଞ୍ଜନ୍ତି ଜହର ଖାାଦ୍ୟଦ୍ରବ୍ୟ ଜ୍ଞାନେ।
ଠୁଳ ହୋଇ ନଦୀ ନାଳେ ସମୁଦ୍ର ଗର୍ଭେ ,
ଯନ୍ତ୍ରଣାରେ ଛଟପଟ ଜଳଚର ସର୍ବେ।
ଜୈବିକତା ନଷ୍ଟ ,ହୋଇ ରାସାୟନିକ ଆସକ୍ତ,
କୀଟନାଶକ କରେ ସବୁଜ ଶସ୍ଯକୁ ବିଶାକ୍ତ ।
ଓଜୋନ ସ୍ତର ଫାଟି ରଶ୍ମି ଅତି ବାଇଗଣୀ ,
ମନୁଷ୍ୟ ଶରୀରେ ଆସି କର୍କଟ କାରିଣୀ।
ସ୍ପୁଟନାଙ୍କ ଛୁୁଇଁଲାଣି ବିଶ୍ୱ ତାପାୟନ ;
ତରଳିିିବ ଆଣ୍ଟାର୍କଟିିିକା କି ବିଶ୍ଵାସନୀୟ ?
ବିନାଶର ସୂଚନା ସାଗର ଲଙ୍ଘିବ କୂଳ,
ଅଭାବି ବୃୃୃଷ୍ଟି ଦେଖି କାନ୍ଦେ ଚାଷୀକୁଳ ।
ଶୀତୠତୁର ପ୍ରଭାବ ହେଉଛି ନିିିମ୍ନତର ,
ବିନାଶର ପଥେ ମନୁଷ୍ୟ କରେ ଅଗ୍ରସର।
ଦୋଷ ଯେ କିିଏ କହିବ କାହାର
ଜିହ୍ୱା ଛେଦି ଜନ ଆପଣା ହସ୍ତର ।
ପ୍ଲାଷ୍ଟିକ ,ରାସାୟନିକ ବର୍ଯ୍ୟବସ୍ତୁ ମାତ୍ରାଧିକ ଭାର
ଦେଖି ଭବିଷ୍ୟତ ଜୀବନ ହେଉଅଛି କାତର ।
ମହାବାତ୍ୟା,ଭୂସ୍କଳନର ଭୋଗୀ ଭୟାବହ ଫଳ ,
ସୁନାମୀ ,ବାଦଲଫଟା ବନ୍ୟାରେ ସଂସାର ଆକୁଳ ।
ସ୍ୱାଇନ୍ ଫ୍ଲୁ , କରୋନାର ଭୟାନକ ସଙ୍କଟ,
ଏ ସୁୁନ୍ଦର ପୃଷ୍ଠେ ବି ମାନବ ହୁଏ ଛଟପଟ ।
ତିଷ୍ଠିବାକୁ ଭୂଲୋକେ ଆଗାମୀ ପ୍ରାଣୀଜନ,
ପରିବେଶ ପ୍ରଯତ୍ନେ ସଭିଏଁ ଦିିଅ ଧ୍ୟ୍ୟାନ ।
