STORYMIRROR

Ajit Kumar Raut

Abstract Tragedy

4  

Ajit Kumar Raut

Abstract Tragedy

ସଙ୍ଗଠିତ ହେବା

ସଙ୍ଗଠିତ ହେବା

1 min
346


ହୋଇ ସଙ୍ଗଠିତ ବିଚାର କଲେ


ତହିଁ ସମାଧାନ ହୁଏରେ ଭଲେ


ସମସ୍ୟା ନେଇଣ ବିଚାର ଥିଲେ।


ଉଚିତ ବିଚର ନାହିଁ ଭେଦଭାବ 


ପରା ବସିଲେ ତା ନିର୍ଣ୍ଣୟ,


ହୁଅହେ ଏକାଠି କରରେ ବିଚାର


ହୁଏ ନିଶ୍ଚେ ସତ୍ୟ ବିଜୟ।


ଏକତ୍ରିତ ହେବା ଦରକାର ଏବେ


ଭାଷା ପ୍ରୀତି ଆମେ ରଖିବା ତେବେ


ଜୀବନେ କର୍ତ୍ତବ୍ୟ ରଖିବା ଯେବେ।


କହିବା ଲେଖିବା ପରା ମାତୃଭାଷା    


ପୂର୍ଣ୍ଣ ତହିଁରେ ଅଭିଳାଷା,


ଲେଖୁଥାନ୍ତି ପିତା ଯେବେ ମାତୃଭାଷା


ପ୍ରେମ ଥାଏ ନିଜର ଭାଷା।


କାରେ ଶକ୍ତି ଭାଷା ହଟାଇ ଦେବ

 

କେଉଁ ରାଜ୍ୟ ଏ ଏପରି କରିବ


ଆମ ଅଧିକାର ଛଡ଼ାଇ ନେବା।


ହୋଇ ସଙ୍ଗଠିତ କାର୍ଯ୍ୟକୁ କରିବା


ନିଜ ମାତୃଭାଷା କହିବା


ଜନନୀ ଭାଷାକୁ ଆଦର କରିବା


ତାଙ୍କ ଭାଷା ସନ୍ତାନେ ଦେବା।


ଆମ ଭୁଲ ଯୋଗୁଁ ଆମ ଅବସ୍ଥା


ଓଡ଼ିଆ ହୋଇରେ ହୀନ ବ୍ୟବସ୍ଥା


ଆଦର ଶ୍ରଦ୍ଧାରେ ନାହିଁରେ ଆସ୍ଥା।


ଦରକାର ଏବେ ଅନୁସନ୍ଧାନର


ଭାଷାକୁ କରହେ ଆଦର,


ହେବା ସଙ୍ଗଠିତ ତହୁଁ ଆନ୍ଦୋଳନ


ଆଣିବାରେ ଭାଷା ଆମର।


କର୍ତ୍ତବ୍ୟ ଭାଷାର ସୁରକ୍ଷା ଯହିଁ


ମାତୃଭାଷା ପ୍ରେମ ଅଟେଟି ତହିଁ


ଭାଷା ଜନନୀର ରଖିବା ଏହିଁ।


ହେବା ସଙ୍ଗଠିତରେ କର୍ତ୍ତବ୍ୟ ଚାହିଁ


ପ୍ରେମ ଥିବ ଭାଷାରେ ଯହିଁ,


କରିବା ସୁରକ୍ଷା ପ୍ରୀତି ଓ ଶ୍ରଦ୍ଧାରେ


ମାତୃଭାଷା ପାଇବା ତହିଁ।


Rate this content
Log in

Similar oriya poem from Abstract