STORYMIRROR

Samar Ballav Bhoi

Abstract Action

3  

Samar Ballav Bhoi

Abstract Action

ସନ୍ଧ୍ୟା ଆଳତି

ସନ୍ଧ୍ୟା ଆଳତି

1 min
310

ସଂସାର ରଥରେ ଜୀବନ ଆମର

ଗଡି ଗଡିଯାଏ ଲକ୍ଷ୍ୟ ଅଟେ ବହୁଦୂର

ସକାଳରୁ ସଞ୍ଜ କର୍ତ୍ତବ୍ୟ ମୁଖର

ଶାନ୍ତି ଅବା ଲୋଡା ନୁହେଁ ଯେ କାହାର ।।


ମୋହ ମାୟାର ଅନ୍ଧାର ଗଳିରେ

ଆମେ ସବୁ ଯେବେ ହଜି ଯାଉରେ

ମନ ଲାଗେ ଦେବାଦେବୀଙ୍କ ପୂଜାରେ

ଶାନ୍ତି ମନାସି ଥାଉ ସକାଳ ସନ୍ଧ୍ୟାରେ ।।


ଘରର ମା ଅବା ବୋଉ କରନ୍ତି ପୂଜନ

ଦୂର ହେଉ ଘରୁ ଅଶାନ୍ତି ଦହନ

ପୂଜା ପାର୍ବଣେ ଲାଗେ ଧୂପ ଓ ଚନ୍ଦନ

ସନ୍ଧ୍ୟା ଆଳତି ସଙ୍ଗେ ଲାଗେ ଭୋଗ ଭଜନ ।।


ଭାବ ବିନୋଦିଆ ଭାବର ଠାକୁର 

ଗହନ ଭାବନା ହୃଦେ ଯେ ତାଙ୍କର

ଭକ୍ତର ଭକ୍ତିରେ ହୁଅନ୍ତି ସାଦର

ସନ୍ଧ୍ୟା ଆଳତି ଅଟେ ପ୍ରିୟ ତାଙ୍କର ।। 


ଗାଁ ମନ୍ଦିରେ ସକାଳୁ ସନ୍ଧ୍ୟାରେ 

ଝୁଣା, କର୍ପୁର, ଧୂପ ବାସ୍ନାରେ

ମନ୍ଦିର ନନା ର ଆଳତି ମନ୍ତ୍ର ଧ୍ଵନିରେ

ପ୍ରକମ୍ପିତ ହୁଏ ସନ୍ଧ୍ୟା ଗାଁ'ରେ ।।


ଘର ବଧୂଟିଏ ଚଉରା ପାଖରେ

ସନ୍ଧ୍ୟା ଆଳତିଧରି ଶୁଭ ମନାସେ

ସୁଖଶାନ୍ତି ଭରିଯାଉ ପରିବାରରେ

ଜୀବନ ଯାତ୍ରାଟି ବିତୁ ସଫଳରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract