ସନ୍ଧାନ-୧
ସନ୍ଧାନ-୧
ଦୁଃଖ ଯାତନାରେ ଚିର ଦହ୍ଯମାନ
ଜୀବନେ କି ? ଲକ୍ଷ୍ଯ ନେଇ
କାହାର ସନ୍ଧାନେ ଜୀବନ ସଂଗ୍ରାମେ
ଅହରହ ଥାଉ ଧାଇଁ ॥
ନିରାଶ ମରମେ ଆଶ୍ବାସନା କ୍ଷଣେ
ଲବେ ନ ଦେଉଛୁ କେବେ
ନିରନ୍ତର ଖାଲି ହତାଶରେ ବୁଲି
ମାତି ଉଠୁଛୁ ଗରବେ !!!
କହି କି ! ପାରିବୁ କେଉଁ ଦିନ ଭବୁ
ଘେନିଣ ଯିବୁ ମେଲାଣି
ଅକସ୍ମାତେ କାଳ ହାବୁଡେ ଅକାଳ
ରଚି ଥାନ୍ତି ସବୁ ପ୍ରାଣୀ ॥
ପଡି ରହେ ସବୁ ଗର୍ବ ଅହମିକା
ଦର୍ପ ଅଭିମାନ ମାନ
କାଳ କବଳିତ ଜୀବନେ ସତତ
ଲଭୁ କାହାର ସନ୍ଧାନ ???

