STORYMIRROR

DILIP KUMAR SAHOO

Abstract

4  

DILIP KUMAR SAHOO

Abstract

ସ୍ନାନ ଯାତ୍ରା ତୁମ ଲୀଳା ମହାନ

ସ୍ନାନ ଯାତ୍ରା ତୁମ ଲୀଳା ମହାନ

2 mins
28


ଚକା ଚକାଡୋଳା ଚକାନୟନ

ସ୍ନାନ ଯାତ୍ରା ତୁମ ଲିଳା ମହାନ।

ପତିତ ଜନଙ୍କ ଦର୍ଶନ ପାଇଁ

ରତନ ବେଦୀ ରୁ ଆସ ଓହ୍ଲାଇ।

ସ୍ନାହାନ ବେଦୀରେ ଦିଅଁ ଦର୍ଶନ

ଚକା ଚକାଡୋଳା ଚକାନୟନ ।୦।


ମହାପ୍ରଭୁଙ୍କ ଜନମ ଦିନ 

ଜ୍ୟେଷ୍ଠ ପୁନେଇ ସେ ଦିନ ମହାନ 

ଚତୁର୍ଦ୍ଧା ମୂର୍ତ୍ତି ରୂପେ ସେଦିନ 

ଜଗତ ଜନେ ଦେଲ ଦର୍ଶନ

ସେ ଅଧା ଅଧା ଗଢା ବଦନ

ହୋଇଲା ବୋଳା ଚୁଆ ଚନ୍ଦନ

ପ୍ରଭୁ ଯେ କରିଲେ ମଞ୍ଚ ସ୍ନାହାନ 

ସେଦିନ କୁ ଆଜି ପକାଇ ମନ

ସ୍ନାନ ବେଦିରେ ତ ଲୀଳା ଭିଆଣ

ସ୍ନାନ ଯାତ୍ରା ତୁମ ଲିଳା ମହାନ ।୧।


ଦଇତାପତି ନିଜର ଅତି

ପ୍ରଭୁ ଙ୍କ ସାଥେ ସେତ ରୁହନ୍ତି

ମାସେ କାଳ ସେ ସେବା କରନ୍ତି।

ଜରେ ପଡନ୍ତି ଚତୁର୍ଦ୍ଧା ମୂର୍ତ୍ତି

ଅନବସର ଘରେ ରୁହନ୍ତି

ଫୁଲୁରି ତେଲ ବୋଳି ହୁଅନ୍ତି 

ଅନ୍ନ ତେଜି ଦିଅଁ ପଥି ଖାଆନ୍ତି 

ଭଲ ହୋଇ ବୁଲି ଯାଆ ଆପଣ

ଚକା ଚକାଡୋଳା ଚକାନୟନ ।୨।


ତାତି ଡହକ ପ୍ରଚଣ୍ଡ ଖରା

ବଡ଼ ଦାଣ୍ଡରେ ଭକତ ଭରା

ଜ୍ୟେଷ୍ଠ ପୁନେଇ ସ୍ନାନ ଯାତରା ।

ଚତୁର୍ଦ୍ଧା ମୂର୍ତ୍ତି ସେବକେ ଘେରା

ଫୁଲ ଟାହିଆ ଆହାକି ତୋରା

ଧାଡି ପହଣ୍ଡି ଭାବ ନିଆରା 

ହଲି ଝୁଲି ଚାରି ମୂର୍ତ୍ତୀ ଆସନ୍ତି 

ଘଣ୍ଟ ଘଣ୍ଟା ଭେରି ଉଛୁଳୁ ଥାନ୍ତି 

ସ୍ନାହାନ ବେଦୀରେ ଲିଳା ଭିଆଣ

ଚକା ଚକାଡୋଳା ଚକାନୟନ ।୩।


ସ୍ନାନ ବେଦୀରେ ଚତୁର୍ଦ୍ଧା ମୂର୍ତ୍ତି

ପହଣ୍ଡି ହୋଇ ବିଜେ କରନ୍ତି

ବେଦୀରେ ଦିଅଁ ରୁନ୍ଧା ହୁଅନ୍ତି।

ମଙ୍ଗଳ ନୀତି ବେଶ ଉଲାଗି

ଅଧର ପୋଛା ତଡପ ଲାଗି

ହୁଏ ସମସ୍ତ ସକାଳ ନୀତି 

ବିମ୍ବ ସ୍ନାହାନ ଯେ ପ୍ରଭୁ କରନ୍ତି 

ଧୂପ ଦୀପ ଲାଗି ହୁଏ ଆଳତୀ 

ଭକ୍ତି ପୁଷ୍ପାଞ୍ଜଳି ଶ୍ରଦ୍ଧା ଅର୍ପଣ

ଚକା ଚକାଡୋଳା ଚକାନୟନ ।୪।


ସୁନା କୂଅ ରୁ ପାଣି ଆସଇ

ସେ ଅଧିବସ ଗୃହେ ରୁହଇ

ମନ୍ତ୍ର ରେ ପାଣି ଶୋଧ ହୁଅଇ ।

ଚୁଆ ଚନ୍ଦନ ମିଶା ହୁଅଇ 

ସ୍ନାନ ବେଦୀରେ ଟେରା ପଡଇ

ପାଣି କଳସୀ ଛେକ ଆସଇ

ପୂଜା ପଣ୍ଡାମାନେ ମନ୍ତ୍ର ପଢନ୍ତି

ପାଣି କଳସୀ ଯେ ପୂଜା ହୁଅନ୍ତି 

ଜୟ ଜଗନ୍ନାଥ କମ୍ପେ ଗଗନ

ଚକା ଚକାଡୋଳା ଚକାନୟନ ।୫।


ଶିରରେ ପାଣି ଢଳା ହୁଅନ୍ତି

ଚତୁର୍ଦ୍ଧା ମୂର୍ତ୍ତି ସ୍ନାନ କରନ୍ତି

ଦେବତା ପୁଷ୍ପ ବରଷି ଥାନ୍ତି

ପ୍ରଭୁ ଙ୍କ ନିତି ମନ୍ତ୍ର ସ୍ନାହାନ

ବର୍ଷକେ ଥରେ ପ୍ରତ୍ଯକ୍ଷ ସ୍ନାନ

ଶହେ ଆ'ଠ ଗରା ଜଳେଣ 

ଅପୂର୍ବ ପ୍ରଭୁଙ୍କ ପ୍ରତ୍ୟକ୍ଷ ସ୍ନାନ

ଭକ୍ତ ମାନେ ଦେଖି ହୁଅନ୍ତି ଧନ୍ୟ

ମନ ପୁରି ଯାଏ କରି ଦର୍ଶନ 

ସ୍ନାନ ଯାତ୍ରା ତୁମ ଲିଳା ମହାନ ।୬।


ସ୍ନାନ ସରିଲେ ହୁଅନ୍ତି ବେଶ

ଖଣ୍ଡୁଆ ପାଟେ ଶ୍ରୀ ଜଗଦୀଶ

ତୁଳସୀ ଚୂଳ ମଥାରେ ନାଇ

କରିବା ପାଇଁ ଛେରାପହଁରା

ଠାକୁର ରାଜା ଆସନ୍ତି ପରା

ପହଁରି ଥାନ୍ତି ବେଦୀ କୁ ସେହି।

ରାଜନୀତି ବନ୍ଦାପନା କରନ୍ତି 

ବିଶ୍ଵ ର ମଙ୍ଗଳ ପାଇଁ ମିନତି 

କରନ୍ତି ଆଳତି ପୁଷ୍ପ ଅର୍ପଣ

ଚକା ଚକାଡୋଳା ଚକାନୟନ ।୭।


କରିବା ପାଇଁ ଭକ୍ତ କୁ ତୋସ

ସ୍ନାନ ଯାତ୍ରା ର ଶେଷ ପରସ

ପ୍ରଭୁ ହୁଅନ୍ତି ସେ ଗଜ ବେଶ 

ଗଣ୍ପତି ଭଟ୍ଟ ଗଣେଶ ଭକ୍ତ

ମନକୁ ଜାଣି ଶ୍ରୀ ଜଗନ୍ନାଥ

ଦେଖା ଦିଅନ୍ତି ସାଜି ଗଣେଶ 

କାହିଁ କେତେ ବର୍ଷ ତଳର କଥା 

ଜଗତ ଗାଉଛି ଆଜି ସେ ଗାଥା

ଭକ୍ତ ବତ୍ସଳ ସେ ଭକ୍ତ ଜୀବନ

ଚକା ଚକାଡୋଳା ଚକାନୟନ ।୮।


ସ୍ନାନ ପରେତ ଜଗତ ସାଇଁ

ଜ୍ବର ବ୍ୟାଧି ରେ ପଡନ୍ତି ଯାଇ

ଅନବସର ଘରେ ରୁହନ୍ତି।

କାହାକୁ ଆଉ ଦେଖା ନଦେଇ

ରୁହନ୍ତି ଶୋଇ ପଥି ଯେ ଖାଇ

ଧିରେ ଧିରେ ସେ ଭଲ ହୁଅନ୍ତି 

ଦରଶନ ପାଇଁ ଭକ୍ତ ଉଛ୍ଛନ 

ପ୍ରଭୁଙ୍କର ହୁଏ ନବ ଯୌବନ

ମନ ଜିଣା ରୂପ ମନ ମୋହନ

ଚକା ଚକାଡୋଳା ଚକାନୟନ ।୯।


ତାପର ରଥେ ବୁଲି ଯାଆନ୍ତି

ବାମନ ରୂପେ ଦେଖା ଦିଅନ୍ତି

ଭକତ ମନ ମୋହି ନିଅନ୍ତି 

ଗୁଣ୍ଡିଚା ଘରେ ଗୁପ୍ତ ରାହାସ

ଫେରିଆସନ୍ତି ନକରି ଶେଷ

ରଥରେ ସୁନା ବେଶ ହୁଅନ୍ତି 

ଅଧର ପଣା ଲାଗି ହୁଅନ୍ତି 

ଅଶରୀରି ପାଇ ଧନ୍ୟ ହୁଅନ୍ତି 

ନୀଳାଦ୍ରି ବିଜୟ ତାପରେ ଜାଣ

ଚକା ଚକାଡୋଳା ଚକାନୟନ ।୧୦।



Rate this content
Log in

Similar oriya poem from Abstract