STORYMIRROR

Debabrata Mishra

Action Classics Inspirational

3  

Debabrata Mishra

Action Classics Inspirational

ସମୟର ଷଡ଼ଯନ୍ତ୍ର

ସମୟର ଷଡ଼ଯନ୍ତ୍ର

1 min
146


ସମୟ......!!! 

କାଲି ଅନ୍ଧାର ହୋଇ ଡରାଉଥିଲା

ଆଜି ଆଲୁଅ ଏତେ ସତେ ନୟନ କରିବ ନଷ୍ଟ

କାଲି କୋଳାହଳ ଦେଖି

ଲୁହ ବି ପାଲଟି ଯାଉଥିଲା ଓଠେ ହସ

ଆଜି ହସ ବି ଓଠରେ ଫୁଟିଲେ ପାଏ କଷ୍ଟ, 


ସମୟ........!!! 

କାଲି ଉପାସେ ଆସି ବି ଶକ୍ତି ଥିଲା ମନେ ସଞ୍ଚିତ

ଆଜି ପେଟ ପୁରିଲା ପରେ ଲାଗେ ଖାଦ୍ୟରୁ ବଞ୍ଚିତ

କାଲି ଥିଲା ବଡ଼ ହୋଇ ସ୍ୱପ୍ନ ପୂରଣର

ଥିଲା ଆଶା, ସୁଯୋଗ ଓ ତା'ର ସ୍ୱୀକାର୍ଯ୍ୟ ରାସ୍ତା

ଆଜି ମନ ଏତେ ଓଜନ ଲାଗେ 

ସତେ ମସ୍ତିଷ୍କେ ରହିଛି ଶହେ କେଜିଆ ବାଲି ବସ୍ତା, 


ସମୟ...!!! 

କାଲି ପତ୍ର ହୋଇ ବି ବାସୁଥିଲା ଫୁଲ ପରି

ଆଜି ଫୁଲ ସାଜେ ଦୁର୍ଗନ୍ଧମୟ ଗଛକୁ ମାରିବା ପାଇଁ

କାଲି ପାଦ ପରେ ପାଦ ପଡ଼ୁଥିଲା ନଥାଇ ଦ୍ୱନ୍ଦ

ଆଜି ଦ୍ୱିଧାର ଏଭରେଷ୍ଟ ପାହାଡ଼ ସେ

ଭୟ ଲାଗେ ଚଢିବାକୁ ଆପଦ କମ୍ ଅଧିକ ବିପଦ, 


ସମୟ......!!!

କାଲି ହାତ ଧରି କହୁଥିଲା ସମୁଦ୍ର କରିବୁ ପାର

ପ୍ରଚଣ୍ଡ ସାହସେ କାନ୍ଧେଇ ନେଉଥିଲା ବଢିଲା ନଇ କରିପାର

ଆଜି ଏ ମଥାକୁ ଜବରଦସ୍ତ କରିଛି ସେ ନତ

ହାତକୁ ବାନ୍ଧିଛି ପରିସ୍ଥିତି ରଜ୍ଜୁରେ କହୁଛି

ମୁଁ ହିଁ ସମୟ ମୁଁ ହିଁ ଈଶ୍ବର ତୁ ଏକ ନରକୀଟ ଛାର। 




Rate this content
Log in

Similar oriya poem from Action