ସମୟର ପଶା ପାଲି
ସମୟର ପଶା ପାଲି
ଭୁତ ଭବିଷ୍ୟତ ବର୍ତ୍ତମାନ
ନୁହେଁ ସେଜେ କାହାର ଅଧୀନ ।
ସମୟର ଚକ ସିଏ ଗଢ଼ି ଗଢ଼ି ଚାଲେ ,
ଖାଲ , ଢ଼ିପ ,ପୁଣି ଉଠାଣିଆ ପରେ ।
ଅତିତର ରାଜା ବର୍ତ୍ତମାନର ଭିକାରି ,
ଭାବିଷ୍ୟତେ କେ କହିବ ,
ନ ହେବ ରାଜ ଦରବାରି ।
ସମୟତ ତ ଖେଳୁଥାଏ
ତାର ପଶା ପାଲି ।
ଭାବନାର ଗତି ମୁକ୍ତି ,ତାର କିଛି ନାହିଁ ,
କାହାକୁ କେଉଁଠାରେ ରଖିଦିଏ ନେଇ ।
ଧନ ଦଉଲତ ଆଜି ଅଛି ବୋଲି ମୋର ,
ନକର ଅହଂକାର ,ହେବ ଛାର ଖାର ।
ଧନକୁ ସଦପଥେ ଯେବେ ଲଗାଇବ ,
ବଢୁଥିବା ଦିନୁ ଦିନ ,
ତୁମେ ନ ଜାଣିବ ।
ଦୁଃଖି ଜନ ଠାରେ ଯେବେ ,
ହୋଇଥିବ ସାହା ,
ଅମାପ ମାପିବ ତେଣୁ ,
ତୁମେ ନ ଜାଣିବ ।
ମାଆ ଲକ୍ଷ୍ମୀ କୃପା ତୁମ
କର ମଧ୍ୟେ ଥିବ ।
ଅନ୍ତ କାଳେ ଜନମାନସ ଝୁରିବ ।
ସ୍ଵର୍ଗା ରୋହଣ କରି ତୁମେ
ସ୍ଵର୍ଗା ଚାରି ହେବ ।
ସତ କର୍ମ ଫଳ ଏହି ମାନବ ଶରୀର ,
ନଷ୍ଟ ଭ୍ରଷ୍ଟ ହୋଇଯିବ
କଲେ ବ୍ୟଭିଚାର ।
ହତ୍ୟାକାରୀ ,ଲୁଣ୍ଠନି ଅବା ବଳାତ୍କାରି ,
ଭବିଷ୍ୟ ଜୀବନେ ତାଙ୍କର ,
ନିଶ୍ଚେ ଜନ୍ମିବେ ସିଏ ,
ନିକୃଷ୍ଟ ଜ୍ବନି ଧରି ।
ମାଗି ଖାଉଥିବେ ଅଇଁଠା
ଘର ଘର ବୁଲି ।
ନଥିବ ,ବାସ ତାଙ୍କର ,
ନ ଜଳିବ ଚୁଲି ।
ବର୍ତ୍ତମାନର କୁକର୍ମ ଫଳ ,
ଭବିଷ୍ୟତ ହେବ ଅନ୍ଧକାର ।
ଜଗି ଯେବେ ଜଗୁଆଳ ହେବ
ଅତୀତ ଭବିଷ୍ୟତ ହେବ ,
ସୁନ୍ଦର ରୂପେ ସୁନ୍ଦର ।
