STORYMIRROR

Abhisek Mohapatra

Abstract

2  

Abhisek Mohapatra

Abstract

ସମୟର ନିଚ୍ଛକ ପ୍ରତିଛବି

ସମୟର ନିଚ୍ଛକ ପ୍ରତିଛବି

1 min
296

ବେଶ୍ୟା କାହା ଛାତିରେ ତଳେ ଲୁଚିଲାଣି,

ପୁଷି ଶୋଇଗଲାଣି ଖଟ‌ ତଳେ

ଦୂର ଗଛରେ ପେଚା ରାବୁଛି

ଦେଖ ତ ରାତି କେମିତି ବହଳ ହେଉଛି


ଲାଗୁନି , ଏଇନେ ସଂଧ୍ୟା ଥିଲା,

ଏଇନେ ସକାଳ ଥିଲା,

ଏଇନେ ଥିଲା ମଧ୍ୟାହ୍ନ

ଦେଖ ଏସବୁ ବି ଅତିକ୍ରାନ୍ତ ଏବେ,

ଆଉ ସେ ଫେରିବନି‌ ଆଜି ପାଇଁ କେବେ

ସବୁ ଯେ ସମୟ କଟି ତଳେ ଏବେ ନିଶ୍ଚିହ୍ନ


ଲାଗୁଛି ଏସବୁ ବୋଧେ ସ୍ଵପ୍ନ ଥିଲା ,

ହଁ ତ , ଅତୀତ ଆଉ ସ୍ଵପ୍ନ ଦୁଇଟା ଏକା

ସ୍ଵପ୍ନ ରେ ବାସ୍ତବ ନଥାଏ ,

ଆଉ ଅତୀତ ଟା ଯେ ଫିକା


ଯାହା ପାଇଁ ସ୍ବପ୍ନ ଦେଖ,

ଭାରି ବେଇମାନ୍ ସେ

ଏଇନେ ଏଇଠି ଥିବ

ଚଟ୍ କରି ଖସିଯିବ,

ହେଇଯିବ ଗୋଟେ ଡାଏରୀ ର ପୃଷ୍ଠା    

ତଥାପି ଭଲଲାଗେ ବଞ୍ଚିବାକୁ କିଛି ସ୍ବପ୍ନ ନେଇ


ଯାହା ହେବାର ଥିଲା ହେଇଗଲା,  

ଯାହା ହେବାର ଥିବ ହେବ,

ତା ହେଲେ କାହିଁକି ସ୍ୱପ୍ନ ଦେଖେ

ଅନିଶ୍ଚିତ ଭବିତବ୍ୟ ପାଇଁ                     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract