STORYMIRROR

Priyaranjan Biswal

Abstract

3  

Priyaranjan Biswal

Abstract

ସମୟର ନାଗଫାଶେ ମଣିଷ ଜୀବନ

ସମୟର ନାଗଫାଶେ ମଣିଷ ଜୀବନ

1 min
144


ଯାଇଛି ସେ ଦିନ ସବୁ ହୋଇଅଛି ସ୍ମୃତି।

ସେ ସ୍ମୃତିକୁ ହୃଦୟେ ମୋ ରଖିଛି ସାଇତି।।


ଜୀବନର ଚଲାପଥେ ରାଗରୁଷା କେତେ?

କେତେ ମାନ ଅଭିମାନ ସାଙ୍ଗସାଥି ସାଥେ।।


ସମୟର ନାଗଫାଶେ ଫସେ ଏ ମଣିଷ।

କେବେ ପାଏ ଦୁଃଖ ପୁଣି କେବେ ହସ ହସ।।


ସମୟ ସ୍ରୋତରେ ଆମେ କୁଟା କାଠି ସବୁ।

ମଣିଷକୁ ସମୟତ କରିଅଛି କାବୁ।।


କ୍ଷତ ଦେଇ ସମୟତ ଲଗାଏ ମଲମ।

ଭରିଯାଏ କ୍ଷତ ରହେ ହୃଦୟେ ଯଖମ।।


ଆଜି ଯିଏ ପ୍ରିୟ ବନ୍ଧୁ କାଲି ଦିଏ ଧୋକା।

ସମୟତ ବେଳେବେଳେ କରିଦିଏ ଏକା।।


ସମୟ ଚକ୍ରରେ ଶତ୍ରୁ ହୁଅଇ ଶ୍ରଦ୍ଧେୟ।

ସ୍ୱାଗତ ହୁଏ ଯେ' ଦିନେ ନିଅଇ ବିଦାୟ।।


ଦିନ ପରେ ଦିନ ସରେ ମାସ ପରେ ମାସ।

ଏସବୁର ମିଶ୍ରଣରେ ହୁଅଇ ବରଷ।।


ବାରମାସେ ହୋଇଥାଏ ଗୋଟିଏ ବରଷ।

ଡିସେମ୍ବରେ ସରିଯାଏ ବର୍ଷର ବୟସ।।


ଜାନୁୟାରୀ ପହିଲାରେ ସାଙ୍ଗସାଥି ମେଳେ।

ମନୁଷ୍ଯ ନୂଆବର୍ଷର ଜନ୍ମଦିନ ପାଳେ।।


ଏହିପରି ପ୍ରତିକ୍ଷଣେ ସମୟ ବଦଳେ।

ମଣିଷତ ନାଚ କରେ ସମୟର ତାଳେ।।


ଏହିପରି ଅଟେ ସଦା ମଣିଷ ଜୀବନ।

ସୃଷ୍ଟିର ଅଟଇ ଏହା ବିଚିତ୍ର ବିଧାନ।।


ସୁଖ ଦୁଃଖ ମିଶି ହୁଏ ମଣିଷ ଜୀବନ।

ଏନ୍ତୁଡିରୁ ଆରମ୍ଭ ତା' ଶେଷ ଯେ ଶ୍ମସାନ।।


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract