STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Tragedy

4  

ପ୍ରିୟଦର୍ଶିନୀ ମହାନ୍ତି

Tragedy

ସମୟକୁ ଲାଞ୍ଚ

ସମୟକୁ ଲାଞ୍ଚ

1 min
235

 ଦିନ ଯାଏ ବିତି  ରାତି ହୁଏ ଇତି

    ସମୟ ବଢାଏ ଗତି,

ଲାଞ୍ଚ ଯାଚି ଦେଇ  ସମୟକୁ ମୁହିଁ

    ଭ୍ରମିତ କରିବି ମତି।


କରି ତାକୁ ଜିଦି  ମାଗିବି ଅବଧି

    ରହିବାକୁ ତୁମ କତି,

ଶୁଣାଇ ତା କାନେ  ଅତିବ ଯତନେ

   ମୋ ମନ ବେଦନା ଗୀତି।


 କେତେ କେତେ ସ୍ମୃତି  କେତେ ଅନୁଭୂତି

    ତୋ ସାଥିରେ ଗଲା ବିତି,

ଚାଲିବାକୁ ବାଟ  ଧରି ସାଥି ହାତ

     କିଛି ଦିନ ଦିଏ ଭେଟି।


Rate this content
Log in

Similar oriya poem from Tragedy