ସମୟ'
ସମୟ'
ବିଚିତ୍ର ଏ ସମୟ
କାହା କୁ କେଉଁଠି ପହଞ୍ଚାଇ ଦିଏ
ଆକାଶର ଅଙ୍ଗନରେ
କେବେ ସତେଜ ଜହ୍ନ ରାତି ତ
କେବେ ଘନ ବାଦଲ ଛାଇ ଯାଏ ।
ସମ୍ପର୍କ ର ସୂତା ଖିଅରେ
ଅନନ୍ତରୁ ଭରିଯାଏ
ଅତୀତର ସ୍ମୃତି ଫରୁଆରୁ
ବୀଣାର ଝଙ୍କାର ତୋଳେ
ରାଗିଣୀ ବେସୁରା ମନେହୁଏ।
ବିଶ୍ବ ରାଜଦାଣ୍ଡେ
ପ୍ରେମ ବିରହିଣୀ ରାଇ
କଳଙ୍କିନୀ ସାଜେ
ସାବିତ୍ରୀ ବୈଧବ୍ଯର
ଯନ୍ତ୍ରଣା ପାଏ
ସୀତା ଦୋଚାରୁଣୀ ହୁଏ ।
ସମସ୍ୟା ଘେରାରେ ଜୀବନ
କୂଳ କିନାରା ନ ପାଏ
ରକ୍ତରେ ବିଷ ଭରିଯାଏ
ମମତା ରେ ଅବିଶ୍ବାସର
ପରଦା ପଡେ
ମଣିଷ ଜାନୁଆର ପାଲଟେ।
ନିଜ ଔରସୁ ଜନ୍ମିତ କନ୍ୟା
ପିତାକୁ ଭୟ କରେ
ପାଟିରେ ପଙ୍କିଳ ଜୀବନ
ଦେଢସୁର ଭାତ୍ରୃ ବଧୂ ହରେ
ଅମାନବିୟ ଅତ୍ୟାଚାର
ମୂମୂର୍ଶୁ ଜୀବନ ।
କଳିର କରାଳ ଛାୟାରେ
ନିଜ ସ୍ବାର୍ଥେ ଅନ୍ଧ ମଣିଷ
ଅସୁର ପ୍ରବୃତ୍ତି ଜନ୍ମାଏ
ଦୟା,କ୍ଷମା ସ୍ବପ୍ନ ହୋଇଯାଏ
ଛନ୍ଦ କପଟ କାୟା ବିସ୍ତାରେ ।
ହାୟେ ରେ ସମୟ
ଜଳ,ସ୍ଥଳ ପାତାଳେ ତୋ ଗତି
ତୋ ହାତେ ମଣିଷ
କ୍ରୀଡନକ ଟିଏ
ହସାଉ କନ୍ଦାଉ
ପୁଣି ନଚାଉ ଅଦୃଶ୍ୟ ତୋ ଶକ୍ତି ।