ସମୟ ପୃଷ୍ଠାରେ ଚିରା ଅପରାହ୍ନ
ସମୟ ପୃଷ୍ଠାରେ ଚିରା ଅପରାହ୍ନ
ଏକା ଏକା ବୁଲେ ବେସାହାରା ହୋଇ
ନାହିଁ ସାହାରା କାହାରି
ଆତ୍ମୀୟ ସୋଦର ବହୁ ଦୂରେ ଅଛନ୍ତି
ଖୋଜି ପାଉନି ମୁଁ କାହାରି ।
ମୁହୂର୍ତ୍ତକ ଭିତରେ ସବୁ ବଦଳି ଯାଇଛି
ଆଜି ମୁଁ ଏକାକୀ ବାଟୋଇ
କେଉଁ ନିର୍ଜନ ସ୍ଥାନେ ଆଜି ଆସି ପହଞ୍ଚିଲି
ନିଜେ ଉତ୍ତର ଖୋଜଇ ।
ନିର୍ଜନ ବନ ଭୂମିରେ ହିଂସ୍ର ଜୀବଜନ୍ତୁ
ମନେ ଉଠେ ନାହିଁ ଭୟ
ନିଜ ଲୋକ ଯେବେ ପର ମୋ ହୋଇଛି
ଭାଙ୍ଗିଯାଇଛି ଯେ ମୋ ହୃଦୟ ।
ମନେ ଉଠେ ଆଜି ଦୁଃଖର ଜୁଆର
ଭାରି ଭୟାନକ ଦିଶେ
ସୁଖ ଥିଲେ ପାଖେ ସବୁ ପରିଜନ
ଦୁଃଖରେ ସଂସାର ଭାସେ ।
ସମୟ ପୃଷ୍ଠା ରୁ ସେଇ ଚିରା ଅପରାହ୍ନ
ଯେବେ ମନେ ପଡ଼ିଯାଏ
ଅଭିମାନ ଭରା ଦୁଇ ଆଖିରୁ ମୋହର
କିଛି ଲୁହ ଆପେ ଝରିଯାଏ ।
ନିଜର ଶେଷ ଠିକଣା ଶ୍ମଶାନ ଭୂଇଁରେ
କୁହ କିଏ ଅଛି ହୋଇ ଅମର
ଜୀବନ ଅପରାହ୍ନ ସନ୍ଧ୍ୟା ମାଡ଼ିଆସେ
ଉଠେ ଶତ ମନେ ଅନ୍ଧକାର ।
କାହିଁକି ଜୀବନ ମୋଡ଼ ବଦଳାଏ
କ୍ଷଣେ କ୍ଷଣେ ପ୍ରତିକ୍ଷଣେ
ସମୟର ସେଇ ବୃଥା ଅହଙ୍କାର ପ୍ରକାଶ
ବୋଧେ ଧାରା ଜୀବନେ ।
