STORYMIRROR

Satyanarayan Sahoo

Action Classics Inspirational

4  

Satyanarayan Sahoo

Action Classics Inspirational

ସମୟ ମାଗୁଛି ସମ୍ମାନ ଟିକେ

ସମୟ ମାଗୁଛି ସମ୍ମାନ ଟିକେ

1 min
394


ସମୟ ମାଗୁଛି ସମ୍ମାନ ଟିକେ

ସମୟ ସହିତ ମଣିଷ ଶିଖେ ।


ବିଫଳତା ତଥା ସଫଳତା ରେ

ଶିକ୍ଷଣୀୟ ତଥ୍ୟ ତତ୍ତ୍ୱ ଛଳ ରେ ।


ଭରା ଅଟେ ଆମ ଜୀବନ ଯାତ୍ରା

ସୁନ୍ଦର ପ୍ରକୃତି ପ୍ରାକୃତିକତା ।


ଅନୀର୍ବଚନୀୟ ଭାବ ମାଧୁର୍ଯ୍ୟ

ସବୁ କୁ ଧରି ସେ କରଇ କାଯ୍ୟ ।


ସମୟ ର ଯିଏ କରେ ସମ୍ମାନ

ସୁଖେ ବିତେ ସିନା ତାହାର ଦିନ ।


ସବୁଠୁ ଦୁର୍ମୂଲ୍ୟ ଚିଜ ସମୟ

କିଣି ହୁଏ ନାହିଁ କଲେ ତା' ବ୍ୟୟ ।


ସୁଖ ଦୁଃଖ ଭୋଗ ଭିଆଣ ତାର

ଜୀବନ କରେ ସେ ସିନା ମଧୁର ।


ଅକାରଣ ତାର ନ କରି ବ୍ୟୟ

କାମ ରେ ଲଗାଇ ସାଧିବା ଲକ୍ଷ୍ୟ ।


ଲକ୍ଷ୍ୟ ହାସଲ ଓ ସିଦ୍ଧି ସକାଶେ 

ଉପଯୋଗୀ ଯାହା ସମୟ ଅଟେ ।


ଅନ୍ତର୍ନିହିତ ଶକ୍ତି ସାମର୍ଥ୍ୟ ର

ସମୟ ହିଁ କରି ଥାଏ ବିସ୍ତାର ।


ନଦୀ ପରି ଗତି ତା ' ଅବିରାମ

ଅନାଦି କାଳ ରୁ ସେ ଚିରନ୍ତନ ।


ସମୟ କୁ ଯିଏ କରେ ସମ୍ମାନ

ପୂର୍ଣ୍ଣ ହୋଇ ଥାଏ ତା' ମନସ୍କାମ ।


ଅଯଥା ସମୟ ବ୍ୟୟ କରିଲେ

ଦୁଃଖୀ ହୋଇ ଥାନ୍ତି ସବୁଠି ଭଲେ ।


ଭାଗ୍ୟ ଆଉ ଭାଲେ ଦୋଷ ଲଦଇ

ନିୟତି ନିଷ୍ଠୁର ବୋଲି ଭଳଇ ।


ନିୟତ ସମୟ ଯାଉଛି ବୋହି

ନିନ୍ଦିତ ବିଚାରେ ବ୍ୟୟ ନ କରି ।


ସମୟ କୁ ଯେବେ ପାରିବ। ଧରି

ଆନନ୍ଦେ କଟିବ କାଳ ଆମରି ।


ସ୍ନେହ ଶ୍ରଦ୍ଧା ପ୍ରେମ ପ୍ରୀତି ଉଚ୍ଛୁଳି 

ମଧୁମୟ ହେବ ସଂସାରେ ଚଳି ।



Rate this content
Log in

Similar oriya poem from Action