STORYMIRROR

Prabhati Mahapatra

Abstract Tragedy Classics

4  

Prabhati Mahapatra

Abstract Tragedy Classics

ସମୁଦ୍ର

ସମୁଦ୍ର

1 min
179

 

ହେ ! ମୋର ରତ୍ନାକର

ଘୁ ଘୁ ଗର୍ଜନେ ଫାଟି ପଡେ ତୁମର ପ୍ରାଣ

ଆତୁରେ ଜିଜ୍ଞାସୁ .....

ତୁମର ଉଛୁଳା ତରଙ୍ଗେ ଲୁକ୍କାୟିତ କୋହ ,

ହେଲେ କାହିଁକି ଅଭିମାନରେ ଉଗ୍ର ......

ତୁମେ ତ ବ୍ରହ୍ମାଣ୍ଡର ମହାନାୟକ

ଭୋଜନ ପରିପାଟିର ପ୍ରମୁଖ ସ୍ରୋତ ।

ଦୟା କ୍ଷମାଶୀଳ ହୃଦୟରେ ଜୀବ ଜଗତର ଆଧାର ।

ଚେଇଁ ଶୋଇଥିବା ଲୋକଙ୍କ ନିଦ କେବେ 

ପତଳା ହେବ ,

ମୋଟର ଲଞ୍ଚରେ ତୁମରି ସନ୍ତାନର ରକ୍ତ 

ରଞ୍ଜିତ ଦେହର ସୁରକ୍ଷା କେବେ ପାଇବ ।

ତୁମେ ତ ସୌନ୍ଦର୍ଯ୍ୟର ଗନ୍ତାଘର.......

କବି ପ୍ରାଣକୁ ସତେଜ କର ।

ସିନ୍ଦୂରା ଫଟାଇ ତୁମ ଅଙ୍କ ପ୍ରଦେଶରୁ

ବାଳ ଭାନୁ ଉଦୟ .......

କଳୁଷ ନାଶକ ରୂପେ ଜୟ କର ଜନ ମନ,

ଉଦାସ ପ୍ରାଣକୁ ବିସ୍ତୃତ ବେଳାଭୂମି କୋଟି

ପୂଣ୍ୟ ତୀର୍ଥର ଧର୍ମ ପ୍ରଦାନ ......

ଏତେ ସବୁ ପରେ ବି ସ୍ଵର୍ଥପର ମନୁଷ୍ୟ କ'ଣ ଚାହେଁ ?

ସହସ୍ର ଉର୍ମିମାଳା ଧରଣୀ ବକ୍ଷକୁ ଚୁମ୍ବ ଦାନ କରି ତୃପ୍ତି ଲାଭ ......

ତୁମରି କୋଳରୁ ମଣି ମୁକ୍ତା ଅପହରଣ କରି ତୃଷା ମେଣ୍ଟେ ନାହିଁ ?

ମୋ ମନରେ ପ୍ରଶ୍ନବାଚୀ ଚିହ୍ନ.......

କିଏ ବୁଝିବ ଏହାର ମର୍ମ,

ତୁମେ ଯେ ଆମ୍ଭର ଶର୍ମର କାରକ......

ହେ ନୀଳାମ୍ବୁ ଶାନ୍ତ ରୂପ ଧର

ତୁମେ ଆମର ଆଶା ଭରସା 

ଏବଂ କଲ୍ୟାଣ ଦାୟକ .......


Rate this content
Log in

Similar oriya poem from Abstract