Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Papu parida

Action Inspirational Others

4.0  

Papu parida

Action Inspirational Others

ସମୁଦ୍ର ଆସୁଛି ମାଡି

ସମୁଦ୍ର ଆସୁଛି ମାଡି

1 min
156


ସମୁଦ୍ର ଆସୁଛି ମାଡି

         ସଜାଗ ହୁଅ ରେ

         ସଜାଗ ହୁଅ ରେ

ଛାଡିଲାଣି ସିଂହରଡି।

ସମୁଦ୍ର ଆସୁଛି ମାଡି।


କେବେ ସାଜି ମହାବାତ୍ୟା ଆଉ କେବେ ପୁଣି ଫୋନି

କେବେ ଆସେ ହୁଡୁହୁଡୁ ହୋଇ କେବେ ଫାଇଲିନି।


ବରୁଣ ରାଜାଙ୍କ କୋପ ବାୟୁଦେଵଙ୍କର ରୋଷ

ଧରି ଭୟଙ୍କର ରୂପ ଧରି ଆତଙ୍କର ବେଶ।


ସମୁଦ୍ର ଆସୁଛି ମାଡି

         ସଜାଗ ହୁଅ ରେ

         ସଜାଗ ହୁଅ ରେ

ଛାଡିଲାଣି ସିଂହରଡି।

ସମୁଦ୍ର ଆସୁଛି ମାଡି।


ଶୋଷିତ ପୃଥିବୀ ମାଆର ସେ କରୁଣ କାହାଣୀ

କିଏ କହିଦେଲା ସତେ ଦେବତା ଗଲେ ଯେ ଜାଣି।


ମାନବ ସମାଜ ଅବା ତାର ସୃଷ୍ଟି ସଂରଚନା

ସବୁ ସମୁଦ୍ରେ ମିଶିବ ସବୁ ହୋଇଯିବ ଚୁନା।


ସମୁଦ୍ର ଆସୁଛି ମାଡି

         ସଜାଗ ହୁଅ ରେ

         ସଜାଗ ହୁଅ ରେ

ଛାଡିଲାଣି ସିଂହରଡି।

ସମୁଦ୍ର ଆସୁଛି ମାଡି।


ପବନେ ଉଡାଇ ଦେବ ପାଣିରେ ଭସେଇ ନେବ

ଯେତେ କଷ୍ଟ ସେ ସହିଛି ସୁଧମୂଳ ସୁଝି ଦେବ।


କାହିଁ ଆସେ ବାରମ୍ବାର ଜାଣ ହେ ତାର ଉତ୍ତର

ବୁଡ଼େଇ ଦେବାକୁ ତାର ମିଛ ଗର୍ବ ଅହଂକାର।


ସମୁଦ୍ର ଆସୁଛି ମାଡି

         ସଜାଗ ହୁଅ ରେ

         ସଜାଗ ହୁଅ ରେ

ଛାଡିଲାଣି ସିଂହରଡି।

ସମୁଦ୍ର ଆସୁଛି ମାଡି।


 


Rate this content
Log in

Similar oriya poem from Action