ଆଲୋକେ ହଜୁଥିବା ମଣିଷ
ଆଲୋକେ ହଜୁଥିବା ମଣିଷ
ସେ ଦେଖୁଛି ବାରବାର ଦେଖୁଛି
ତଥାପି ଅବୁଝା କାହାକୁ ପାରୁନି ବୁଝେଇ
ସେ କରୁଛି ବେଳେବେଳେ ଅନୁଭବ
ଅଭାବର, ଅଭାବରେ ପେଟର ଭୋକ, ଶୋଷ
ଦିମୁଠା ଦାନା ପାଇଁ ପାଇଁ ବଦଳେ ସ୍ୱଭାବ,
ସ୍ୱଭାବରେ ଟିକେ ଆସେ ସ୍ୱାର୍ଥ
ସ୍ୱାର୍ଥରେ ସାରା ସମାଜ, ସମାଜରେ ଚରିଲାଣି ବିଷ
ଏଠି କୋଟିକୋଟି ଓଠରେ ନକଲି ହସ
ମନରେ ଆତ୍ମାରେ ଲୁହ ଅସହାୟତାର ବିଷ,
ପିୟୁଷ କାନ୍ଦୁଛି ଗୋପନେ ଗୁମୁରିିଗୁମୁରି
ଏଠି ଅନ୍ଧକାର ଆଗେ ନତମସ୍ତକ ଯେତେ ପ୍ରକାଶ
ବିବେକର ଦୁର୍ଭିକ୍ଷ ପଡ଼ିଛି ଜଗତରେ
ନିଜକୁ ପ୍ରଶ୍ନ କରି ପାଗଳ ଅବସ୍ଥା ତାଙ୍କର
ସେମାନେ ପରା ଆଲୋକେ ହଜୁଥିବା ମଣିଷ,
ସେ ଜାଣୁଛି, ଶୁଣୁଛି ହେଜୁଛି ପରିସ୍ଥିତି
ସମୟର ନଈ ସୁଅରେ ସେ ନା ବୁଡୁଛି ନା ଭାସୁଛି
ଚତୁର୍ଦ୍ଦିଗେ ବ୍ଯସ୍ତତାର କଳା ବାଦଲ
କଳା ବାଦଲରେ କିନ୍ତୁ ବର୍ଷା ର କେବଳ ପ୍ରତିଶ୍ରୁତି
ସମ୍ପର୍କ ବେପାରରେ ପରିଗଣିତ ଆଜି
ଶୁଖିଲା ଲୁହକୁ ଏଠି କିଏ ବା ବୁଝୁଛି,
ଅନେକଙ୍କ ରୋଜଗାରର ଅହେତୁକ ନିଶା
ବାଧ୍ଯ ମଣିଷ ଏଠି ପରିବାର ପୋଷିବ ସେ
ଶିକ୍ଷାର ବ୍ୟବସାୟ ଖୁବ୍ ଜୋରରେ ବ୍ୟାପୁଛି,
କିଛି ଗଣମାଧ୍ୟମଠୁ ଦୂରେ ରହି
ଅନବରତ ସମାଜ ପାଇଁ କରୁଛନ୍ତି ପ୍ରୟାସ
ଆଉ କିଛି ସମାଜ ସେବକ ସ୍ପଷ୍ଟବାଦୀ ବେପାରୀ
ମୁକ୍ତ କଣ୍ଠେ ସ୍ୱୀକୃତି ତାଙ୍କର
କିଛି ଅନୁଦାନ ବିନା ସେବା ଲୋକଙ୍କୁ ଆଳସ୍ଯ କରିବ
ସତ୍ଯର କଛପ ଗତି ମିଛ ଦୌଡ଼ିଯାଇ ଲକ୍ଷ୍ଯସ୍ଥଳେ
ବିଶ୍ବାସ ମରିଯାଇ ଶବ ନିଶ୍ୱାସ ତ ଚାଲିଛି
ନିଜ ଭିତରେ ନିଜକୁ ଧିକ୍କାର କରି ବଞ୍ଚିଛନ୍ତି
ସେସବୁ ଜୀବନ୍ତ ଥାଇ କାଠଟିଏ ପରି
ସେମାନେ ଆଲୋକେ ହଜୁଥିବା ଅନେକ ମଣିଷ।