Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Tragedy Action Classics

3  

Satyanarayan Sahoo

Tragedy Action Classics

ନେତାଜୀ ସୁଭାଷ -୨

ନେତାଜୀ ସୁଭାଷ -୨

1 min
209


ଆଜାଦ୍ ‐ହିନ୍ଦ ‐ଫୌଜ‐ ବାହିନୀ ର ସଂଗଠନ

କଲେ ସେହୁ  ଯୁଦ୍ଧ‐ବନ୍ଦୀ ମାନଙ୍କୁ ଘେନିଣ ।

ତାଙ୍କ ଯୋଗେ ଭାରତକୁ କରି ଆକ୍ରମଣ

ପଣ କରି ଥିଲେ ବ୍ରିଟିସ ଙ୍କୁ ବିତାଡନ ।

କରି ଭାରତର ସ୍ବାଧୀନତା ଓ ଗୌରବ

ସୁରକ୍ଷିତ ରଖିବାକୁ ସଦା ଯେ ସଦୈଦ ।

ସଂଗ୍ରାମେ ଥିଲେ ଯେ ରତ ଚିର ଅହରହ

ଦୀଲ୍ଲୀ ଚଲୋ ଆହ୍ବାନ ରେ ଅତୁଳ ଉତ୍ସାହ ।

ଅଦମ୍ଯ‐ସାହସ ସାଥେ ଦମ୍ଭ ଜାଗରଣ

କରି ସଂଗ୍ରାମ ପ୍ରବୃତ୍ତ ଥିଲେ ଯେ କରିଣ ।

ଆସାମର ରାଜଧାନୀ କୋହିମା ଶହରେ 

ତ୍ରୀରଙ୍ଗା ଉଡାଇ ମାଡି ଚାଲି ଆଗ୍ରହରେ ।

ଦିଲ୍ଲୀ ଦିଗେ ଅଗ୍ରସର ଅଦମ୍ଯ ତେଜରେ 

ରଣ‐ନିପୁଣତା ଯାର ପ୍ରାଣୋନ୍ମାଦ କରେ ।

ଗୋଟେ ପରେ ଗୋଟେ କରି ଅଞ୍ଚଳ ଦଖଲ

ଉତ୍ସାହ‐ବ୍ଯଞ୍ଜକ‐ବାକ୍ଯ ତାଙ୍କ ଦିଲ୍ଲୀ‐ଚଲୋ ।

ଦିଲ୍ଲୀ ପ୍ରତି‐ ଅଗ୍ରସର ହେଲେ ଦୃଢ‐ପଦେ

ପରମାଣୁ ବିପର୍ଯ୍ଯୟେ ଜାପାନ ‐ବିଷାଦେ ।

ଅନ୍ଯ‐ଶକ୍ତି ମାନେ ପରାଜୟ ର ପ୍ରମାଦେ

ଯୋଗାଇ ନପାରି ଶସ୍ତ୍ର ‐ ଖାଦ୍ଯାଦି ଅବାଧେ ।

ଇଂରେଜ କବଳେ ସର୍ବେ ହେଲେ ପରାଜିତ

ଗୌରବ ମୟୀ ‐ସଂଗ୍ରାମ କୌଶଳ ସହିତ ।

ନେତାଜୀ ସୁଭାଷ ଙ୍କର ପ୍ରଚେଷ୍ଟା ସତତ

ପ୍ରଗାଢ‐ପ୍ରାକ୍ରମ ‐ ସିଂହାସନ ଆନ୍ଦୋଳିତ ।

କରିବାରୁ ବ୍ରିଟିସ‐ରାଜର ହୂତକଂଫ

ଜାତ ହୋଇ ସ୍ବାଧିନତା ଦାନ ରେ ସଂକଳ୍ପ ।

କରି କୂଟ ‐କଉଶଳେ ଭିଆଇଲା  ଦ୍ବନ୍ଦ୍ବ

ଭାରତ ର ବିଭାଜନ ଏକତାର ଲୋପ ।

ଲକ୍ଷ୍ଯ ରଖି କଉଶଳ କଲା ସେ ଅମାପ

ହିଂସା,ଦଂଗା‐ହାଂଗାମା ଯେ କୂଟତା ‐କଳାପ ।

କେ କଳି ପାରିବ ତା'ର କ୍ରୂର ‐କଉଶଳ

ଦୁଃଖ ‐ଭୟ‐ କାତରତା‐ ଆଉ ଛଳ‐ବଳ ।

ଘେନି ଜନେ ମର୍ତ୍ତ ହେଲେ ବହୁ ଅନାଚାରେ 

ଶେଷେ ଦେଶ ସ୍ବାଧୀନତା ଲଭିଲା ଅଚିରେ ।

ଯାହା ହେତୁ ହେଲା ଦେଶ ସ୍ବାଧୀନତା ପ୍ରାପ୍ତି

ଆମର ଗୌରବ ସେହି ନେତାଜୀ ଅଟନ୍ତି ।

ଗାନ୍ଧିଜୀ ଙ୍କ ଅହିଂସାର ଥିଲେ ପକ୍ଷପାତୀ

ଶସ୍ତ୍ର ର ଜବାବ ଶସ୍ତ୍ର ଘେନି ଯେ ଦିଅନ୍ତି ।

ଗାନ୍ଧିଜୀ ଓ ନେତାଜୀ ଙ୍କ ପ୍ରାୟ ସନ୍ତାନ ଙ୍କୁ 

ଲଭି ଭାରତ ଗୌରବ ଗାରୀମା ବିଶ୍ବ କୁ ।

ଦିଏ ବହୁ ନିଦର୍ଶନ ଶିକ୍ଷା‐ଜ୍ଞାନ‐ଗୁଣ‐

ଭାରତର ଯଶ ରାଶି ସନ୍ମାନ ଅକ୍ଷୁଣ୍ଣ ।

ରଖିବା କୁ ପ୍ରବର୍ତ୍ତାଏ ପ୍ରତି ଜନ ମନେ 

ଉଦ୍ ବୋଧିତ କରି ଥାଏ ନୂତନ ‐ଚିନ୍ତନେ ।



Rate this content
Log in

Similar oriya poem from Tragedy