Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Abstract Action Inspirational

3  

Sunanda Mohanty

Abstract Action Inspirational

ନୂଆଖାଇ

ନୂଆଖାଇ

1 min
121



ପବନ ସୁଅରେ ପଶ୍ଚିମ ଓଡ଼ିଶାରେ

ନୂଆଖାଇ ଭେଟଘାଟ ବାସେ

ପଶ୍ଚିମ ପବନ ଡାକେ ହାତଠାରି

ନୂଆଖାଇ ପାରା ଆସେ

ଜୀବନର ଅଣଚାଷ କେତେବେଳେ

କୋଉ ଦିଗରୁ ପଶେ

ରାଗ ଋଷା ଅଭିମାନ ଅଢ଼େଇଦିନିଆ

ବସିବା କାହିଁ ଉଦାସେ

ଦୁଃଖ ସୁଖ ଦୁଇପାଖ ଭିତରେ ଜୀବନ

ନୂଆଖାଇ ଆସିଲେ ରସେ

କିଏ ଅଛି କେଉଁଠି ବିପରୀତ ରାଜଯୋଗେ

ଗାଁକୁ ଆସିବ ହସି ହସେ

ଭାଈ ବନ୍ଧୁ କୁଟୁମ୍ବ ବାଟମ୍ବ ସାଙ୍ଗସାଥୀ

ନୂଆଖାଇ ଭେଟଘାଟ ମିଶେ

ଧାନକିଆରିଟା ନୁଆଧାନ କଟା ପରେ

ସୋରିଷ ଫୁଲିଆ ହସେ ବାସେ

ପଶ୍ଚିମ ଓଡିଶା ନାଚ ଗୀତ ଧୁମ ଧଡକାରେ

ଓଡିଶବାସୀ ମୁହଁରେ ହସ ପରଶେ

ଚାଷୀ ଭାଇ ମନ ଆନନ୍ଦ ମାପିଲେ ପରା

ଚନ୍ଦନ ଫୁଲିଆ ବାସେ

ବିଲ ରୁଆ ଠାରୁ କଟା ଯାଏଁ ଡାକିଛି ସେ

 କେତେ ଧରଣୀ ମାଆକୁ ବଶେ

ମାଟିର ଗନ୍ଧ ନିଆରା ନିଆରା ଗନ୍ଧର ଜୁଆରେ

ହସେ ବାସେ ରସେ ଆବେଗ ସରସେ

ଯୁଆଡେ ରହ ତୁ ଓଡିଆ ଭାଇ କରି କାମାଦମ

ଓଡ଼ିଆ ସଂସ୍କୃତି ପର୍ବପର୍ବାଣୀ ପରମ୍ପରା

ଚଇତି ଆକାଶେ ଦିଶେ।


Rate this content
Log in

Similar oriya poem from Abstract