STORYMIRROR

Anam Charan Sahoo

Abstract

2  

Anam Charan Sahoo

Abstract

ସ୍ମୃତିରେ ମୋ ଗାଆଁ

ସ୍ମୃତିରେ ମୋ ଗାଆଁ

1 min
325

ପେଟ ଚାଖଣ୍ଡକ ପାଇଁ ଯେତେ ନାଟ

ରହୁଛି ଘରଠୁ ଦୂରେ

ଝୁରେ ଏହି ମନ ନିଜ ଜନ୍ମସ୍ଥାନ

ନୟନୁ ଲୋତକ ଝରେ।

ପୋଡ଼ି ଜଳିଯାଏ ହୃଦୟ ବିପିନ

ସେଇଠି ରହେ ମୋ ମାଆ

ପିଲାବେଳେ ମୋର ଭୁଲି ସୁଖ ତା'ର

ହୋଇଥିଲା କେତେ ସାହା।

ଛୁଟି ମିଳିଗଲେ ସେଠାବକୁ ଯାଏ

ସୁଖତ ହୁଏନି କଳି

ସେହି ମାଟି ଛୁଇଁ ସ୍ପନ୍ଦିତ ହୁଅଇ

ତନୁ ମନେ ଦିଏ ବୋଳି।

ମାଆ ଭୁଆସୁଣୀ ଆଶିଷ ମାଗଇ

ପ୍ରବେଶ ଦ୍ବାରରେ ରହି

ତା କରୁଣା ପରା ବଡ଼ ଅପାସୋରା

ଭୁଲି ନପାରିବି ମୁହିଁ।

ସେହିଠାରେ ମୋର କୁଟୁମ୍ବ ସୋଦର

ତାଙ୍କୁ ଟିକେ ଦେଲେ ଦେଖି

ଭଲ ପାଇବାର ଉଠଇ ଜୁଆର

ଅଶ୍ରୁଳ ହୁଅଇ ଆଖି।

ପ୍ରଭୁ ଗାଦିବ୍ରହ୍ମ ପୁରୁଷ ଉତ୍ତମ

ଚରଣେ ଶରଣ ଯାଏ

ତା ଚଉରା ପରା ମୋ ଖେଳ ସାହାରା

ଭୁଲି କି ପାରିବି ହାଏ।

ଗ୍ରାମବାସୀ ମୋର ଶରଧା ଅପାର

ପାଖକୁ ନିଅନ୍ତି ଡାକି

ମିଠା କଥା ପଦେ ବାଜିଲେ ଶ୍ରୁତିରେ

ଯେହ୍ନେ ମିଳେ କୋଟିନିଧି।

ଭୁଲିବାର ନୁହେଁ ଭୁଲି ପାରିବିନି

ସଜ୍ଜଳ ସ୍ମୃତି ସେ ମୋର

ଜନ୍ମସ୍ଥାନ ସେହି ସେ ମମତାମୟୀ

ନାମ ତା ବିଭୂତିପୁର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract