Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lokanath Rath

Romance Action Classics

4.0  

Lokanath Rath

Romance Action Classics

ସ୍ମୃତିରେ ଅତୀତ

ସ୍ମୃତିରେ ଅତୀତ

1 min
366



ମନେପଡେ ଯେବେ ଆଜି ସେହି ଦିନ କଥା 

   ବଡ଼ ହସ ଲାଗେ ଆଉ ଲାଜ ଲାଗେ, 

ଆମର ପ୍ରଥମ ଦେଖାର ସେହି ଅଭୁଲା ମୁହୂର୍ତ୍ତ 

  ସ୍ମୃତିରେ ଅତୀତ ବଡ଼ ତାଜା ତାଜା ଲାଗେ |


ପ୍ରଥମ ଦେଖାରେ ହେଲା ଆଖିରେ ଆଖିର ମିଳନ 

  ଯାଗାଇଲା ମନରେ କେତେ ସିଏ ସୁନେଲି ସପନ, 

ମନ ହେଲା ମତୁଆଲା ପିଇ ପ୍ରେମ ସୁଧା 

  ଶରୀରରେ ଖେଳି ଗଲା କିଛି ମୃଦୁ ଶିହରଣ |


ଧୀରେ ଧୀରେ ଦେଖାରେ ଦେଖାରେ ବଢ଼ିଲା ନିଶା 

  ଟିକେ କଥା, ଟିକେ ହସ ଓଠରୁ ଝରିଲା, 

ତୁମ ଲାଜ, ମୋର ଡର, ସବୁ ଚାଲିଗଲା 

   ଆଉ ଆମକୁ ସିଏ ପ୍ରେମ ବନ୍ଧନରେ ବାନ୍ଧିଲା |


କେତେ କେତେ ସନ୍ଧ୍ୟା ସେହି ଜହ୍ନ ଆଲୁଅରେ 

  ସେହି ଜୋଛନା ଆମ ସପନର ସାକ୍ଷୀ ହେଲା, 

ଆମ ପ୍ରେମରେ ଥିଲା ଭଲପାଇବାର କେତେ ନିବିଡ଼ତା 

   ସ୍ମୃତିରେ ଅତୀତର ସିଏ ଲେଖା ହୋଇ ରହିଲା |


ମନେ ଅଛି ମୋର ତୁମର ସେହି ରୁଷା 

  ଅଭିମାନ ଭରା ତୁମ କଥାରେ ଥିଲା ଆତ୍ମିୟତା, 

ହୃଦୟକୁ ଛୁଇଁ ଯାଉଥିଲା ସବୁ ସେହି କଥା 

  ସ୍ମୃତିରେ ଅତୀତ ହୋଇ ଲାଗେ ବଡ଼ ମିଠା |


ବେଳେ ବେଳେ ମୋର ଆସିବା ବାଟକୁ ଚାହିଁ 

  ବସି ତୁମେ କରୁଥିଲ କେତେ ଆବେଗରେ ଅପେକ୍ଷା, 

ନଦେଖିଲେ ମୋତେ ତୁମେ ହେଉଥିଲ କେତେ ଆତୁର 

  ସ୍ମୃତିରେ ଅତୀତ କରିଛି ତାକୁ ଅଲିଭା ଲେଖା |


ଆମ ପ୍ରେମରେ ଥିଲା ଖାଲି ନିର୍ମଳ ଭଲପାଇବା 

  ମିଛ ମାୟା ଠାରୁ ଥିଲା ବହୁ ଦୂରରେ, 

ଏବେବି ସିଏ ହୋଇ ନାହିଁ କାହାର ଶିକାର 

   ସ୍ମୃତିରେ ଅତୀତ ତାକୁ ନେଇ ଗର୍ବ କରେ |


Rate this content
Log in

Similar oriya poem from Romance