STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ସ୍ମୃତିର ପର୍ବ ଅଗଷ୍ଟ ପନ୍ଦର

ସ୍ମୃତିର ପର୍ବ ଅଗଷ୍ଟ ପନ୍ଦର

1 min
408


ସ୍ମୃତିର  ପର୍ବ  ଅଗଷ୍ଟ  ପନ୍ଦର

ଶ୍ରଦ୍ଧାଞ୍ଜଳି  ମୋ  ଶହୀଦ ବୀର

 ସ୍ବାଧୀନ  ଦିବସ  ପରା ଆମର

ରାଷ୍ଟ୍ରଭକ୍ତି ପ୍ରୀତି ହୃଦେ ସଞ୍ଚାର

 ସୁରକ୍ଷା ରାଷ୍ଟ୍ରର

ଦେଇ ଜୀବନ କରିବା ତାହାର !


ପ୍ରାଣ ଦେଇ ପରା ସ୍ବାଧୀନ ଆମେ

ମନ୍ତ୍ର ଏ ଅହିଂସା ଥିଲା ଟି କର୍ମେ

ରାଷ୍ଟ୍ରଭକ୍ତି ଥିଲା କର୍ତ୍ତବ୍ୟ ଧର୍ମେ

ଆନ୍ଦୋଳନ ପରା ଦେଶର ପ୍ରେମେ

  ଦୁଃଖ କଷ୍ଟ ମର୍ମେ

ନଥିଲା ଟି ଡ଼ର ଶହୀଦ ଚର୍ମେ !


ତେବେ ତ ସ୍ବତନ୍ତ୍ର ଦେଶ ଆମର

ରଖିବା ପ୍ରୀତି ଟି ସଦା ତାଙ୍କର 

ପାଦେ ପୁଷ୍ପାଞ୍ଜଳି ଦେବା ଭକ୍ତିର

ସ୍ମୃତି ରଖିଥିବା କର୍ମେ ଆମର

  ଶ୍ରଦ୍ଧା ନିରନ୍ତର 

କରିବା ଟି କାର୍ଯ୍ୟ ରାଷ୍ଟ୍ର ହିତର !


ସୁରକ୍ଷିତ ପାଇଁ ତତ୍ପର ହେବା

ଆତ୍ମନିର୍ଭର ଟି ନିଜେ ହୋଇବା

ନୂଆ ଇତିହାସ ନିଜେ ଲେଖିବା

ଜନତା କଲ୍ୟାଣେ କାର୍ଯ୍ୟ କରିବା

ସତ୍ୟ ପଥେ ଥିବା

ଦେଶକୁ ବିଶ୍ଵ ଗୁରୁ  କରିବା !


ପନ୍ଦର ଅଗଷ୍ଟ ଅମୂଲ୍ୟ ଯହିଁ

ପ୍ରତିଜ୍ଞା କରିବା ପତକା ଚାହିଁ

ବନ୍ଦେ ମାତରଂ ଗାଇବା ଟି ତହିଁ

ଶତ୍ରୁ କବଳରୁ ରଖିବା ଭୂଇଁ

    କୃଷ୍ଣ ରାମ ଭୂଇଁ

ରାମରାଜ୍ୟ ପରି ଶାସନ ଯହିଁ !


ଅମୃତ ସମୟ ରାଷ୍ଟ୍ରେ ଆସିଛି

ଅମୃତମୟ ଟି ଦେଶ ଦିଶୁଛି 

ଭାରତ ଗୌରବ ବିଶ୍ବେ ଗୁଞ୍ଜୁଛି

ଡିଜିଟାଲ ତନ୍ତ୍ର କାର୍ଯ୍ୟ କରୁଛି 

  ସୁରକ୍ଷା ଦେଉଛି 

ସର୍ବଶ୍ରେଷ୍ଠ ପାଇଁ ଯୁବା ଲାଗିଛି !


ଖୁସି ଆନନ୍ଦର ପରା ଦିବସ

ଯୁବା ଓ ଯୁବତୀ କେତେ ହରଷ 

ନାହଁ ଟି ମନରେ କା'ର ବିରସ

ମାତାର ସୁରକ୍ଷା କରିବ ଦେଶ

 ଉତ୍ସାହ ସାହସ 

ସମ୍ମାନ ଦେଉଛି ଏ ସାରା ବିଶ୍ବ ।




Rate this content
Log in

Similar oriya poem from Abstract