ସ୍ମୃତିର ବିଳାପ
ସ୍ମୃତିର ବିଳାପ


ଜର୍ଜରିତ ଅନ୍ତସତ୍ତା
ରୁଧିରାକ୍ତ ମୋ ଅଶାନ୍ତ ମନ
ତଥାପି ପୁଲକିତ ହୁଏ
ଆସେ ଯେବେ ଋତୁଚକ୍ର ତାଳେ ଫଗୁଣର ଫଗୁ...
ମାୟାବୀ ସେ ରଙ୍ଗ
ସବୁ ଉଡିଯାଏ
ହେଲେ ଲାଖିଯାଏ ସିନ୍ଥିଧାରେ
ଆଉ କାହା ନାଁରେ
ଜାଣିପାରି ଯେବେ ଫେରିବାକୁ ଚାହେଁ,
ଫେରିବାକୁ ତା'ର ସାମର୍ଥ୍ୟ ନଥାଏ।
ଶ୍ୱାସରୁଦ୍ଧ କରେ ନିସ୍ଵତାର ଅଭୁଲା ସ୍ମୃତିର ଭାର
ବିଚଳିତ ଏକାନ୍ତରେ ଆଣିଦିଏ
ଶୂନ୍ୟତାର ଅଶାନ୍ତ ଝଡ଼ ।
ହାତଟେକି ସମର୍ପିଲା ପରେ ବି,
ଏ ଅଲୋଡା ପରିତ୍ୟକ୍ତ
ହୃଦୟଟା ଆଜିବି ଉଲଗ୍ନ.....
ଆଶ୍ଚର୍ଯ୍ୟ !!!! ସତରେ
ପୁଣି କାହା ଅପେକ୍ଷାରେ ??