STORYMIRROR

Samar Ballav Bhoi

Romance

3  

Samar Ballav Bhoi

Romance

ସ୍ମୃତିର ଅଭିଧାନ

ସ୍ମୃତିର ଅଭିଧାନ

1 min
70


ଅମାନିଆ ବିଗତ ଦିନର ସ୍ମୃତି ଗୁଡା

ବାରମ୍ବାର ଧକ୍କା ଦିଏ କେଉଁ ଅବୁଝା 

କଥାଟିଏ ପାଇଁ......

କିନ୍ତୁ ଅବୁଝା କଥାଟିର

ମାନେ ବୁଝି ହୁଏ ନା

କିଛି ମୁହୂର୍ତ୍ତ ପାଇଁ...... ‌।

ହୃଦୟର ପ୍ରତିଟି ସ୍ମୃତିର 

ଟୁକୁରା ଟୁକୁରା କଥାରେ 

ନ୍ବତନତାର ସ୍ବର୍ଗଟିଏ ବସାବାନ୍ଧେ

ପୁଣି କେତେକାଳ ଝୁଲାଇ ଦେବାକୁ

ବିବଶ ହୃଦୟଟିକୁ

ଅଦୃଶ୍ୟ ଝୁଲଣରେ......।

ଅନେକ ଆଶାର କଢ ହୁଏ ପ୍ରସଫୁଟିତ

ସେହି ଅଦୃଶ୍ୟ ଝୁଲଣରେ ଝୁଲିଵା ମଧ୍ୟରେ

କେତେ ଅମାନିଆ ନୂତନତାର ଆଶାରେ

କେତେ ସପନର ବାଲୁକା ବେଳାରେ

ବସନ୍ତର ମୃଦୁମଳୟ ଅପେକ୍ଷାରେ....

ହୋଇଯାଏ ପ୍ରଶ୍ନବାଚୀ ଏ ବିବଶ ହୃଦୟଟା 

ଯଦି କେହି ଖୋଜେ ଥରେ 

ଏ ଅମାନିଆ ହୃଦୟକୁ 

ବିଗତ ସ୍ମୃତିର ଅଭିଧାନରେ

ଖୋଜି ହୁଏ ଦେଖିହୁଏ ସତ

କହିହୁଏ ହେଲେ ଫେରି ଆସେନି  

ହେଲେ ବୁଝି ହୁଏନା ସେ ଅର୍ଥ 

ଆସନ୍ତା କାଲିର 

ଅବୁଝା ମନର ବାକ୍ୟଟିଏ

ଲେଖିବା ପାଇଁ

ସେହି ଆସନ୍ତା ସ୍ମୃତିର

ପ୍ରଥମ ପୃଷ୍ଠାରେ......।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance