ସ୍ମୃତି
ସ୍ମୃତି
ସ୍ମୃତି ସେ କଣ୍ଢେଇ ଖେଳ ରାଜରାଣୀ ବାହାଘର,
ଆଉ ସେ ବୋହୁଚୋରି ସବୁ ମୋର ଚତୁଃପାର୍ଶ୍ୱର l
ସବୁକିଛି ଭୁଲି ଯିବି ଭାବିଥିଲି ଭୁଲିଲିନି,
ଶତ ଚେଷ୍ଟା ପରେ ସ୍ମୃତି ଦ୍ରଷ୍ଟା କାହିଁକି କେଜାଣି l
ସ୍କୁଲ ଯିବା ବାଟ ଜାଣି ଛତା ବନ୍ଦ ବର୍ଷା ଭିଜା,
ଓଦା ଦେହ ଦେଖି ସତେ ଲାଜେଇ ହସିବା ମଜା l
ପିଲା ଖେଳ ବୋଲି ନିଜକୁ ବାରମ୍ବାର କହିଲି,
ସେହି ଖେଳେ ଯେମିତି ହସିବା ରାହା ପାଇଲି l
ପଢ଼ା ମିଛ ବାହାନାରେ ପରସ୍ପର ଦୂରେଇବା,
ପ୍ରତି ମୁହୂର୍ତ୍ତେ ପରସ୍ପରକୁ ମନେ ପକାଇବା l
ଲାଗୁଥିଲା ଚପଳାମି ରଖି ଅଧୀର ବୋଲି,
ସେ ଚପଳାମିରେ ନିଜକୁ ହଜାଇ ଚାହୁଁଥିଲି l
ଏଇଟା ପ୍ରେମ ବୋଲି ଏକଥା ହିଁ ଆଜି ଜାଣିଲି,
ଦୁର୍ବିପାକେ ଗୃହବନ୍ଦୀ ହୋଇ ପ୍ରମାଦ ଗଣିଲି l
ଏ ଗୃହବନ୍ଦୀ ନିକଟ କରିଲା ଆମ୍ଭ ଦୁହିଁଙ୍କୁ,
ଭୁଲି ପାରିଲୁନି ଆମ୍ଭେ ଦୀର୍ଘଦିନର ସ୍ମୃତିକୁ l
ନୂଆ ନାଆଁ ଦେଇଗଲା ପ୍ରେମର ବିରହ ବୋଲି,
ତୋର ଆଉ ମୋର ସେଇ ବାଲିଘର ସ୍ମୃତି l