ସ୍ମୃତି
ସ୍ମୃତି
ସ୍ମୃତି ସ୍ମୃତି ସ୍ମୃତି
ସେ ତ ତିକ୍ତ ମଧୁର ସ୍ମୃତି
ଭାବନାରେ ଆସି ଦେଇଯାଏ ସେତ
ଖଟା ମିଠା ଅନୁଭୂତି
ହସ ଲୁହ ଭରା ଜୀବନ ନାଟକେ
ଥାଏ ନାନା ରୀତିନୀତି
କେବେ ମିଳନରେ ଆନନ୍ଦ ଅପାର
ହୃଦ ଗାଏ ମଧୁଗୀତି
ଅଜଣା ହୃଦୟ ହୁଅଇ ଆପଣା
ଲେଖଇ ପୀରତି ଗୀତି
ବସନ୍ତ ରଚଇ ଅଭିସାର ଶେଯ
ଭରି ସ୍ନିଗ୍ଧ ଅନୁଭୂତି
ଅଜଣା ହୃଦକୁ କରଇ ଆପଣା
ରଚଇ ମିଳନ ତିଥି ।
ସ୍ମୃତି ସ୍ମୃତି ସ୍ମୃତି
ପାଉଁଶ ତଳର ନିଆଁ ହୋଇ ସେ ତ
ଲୁଚି ଜଳେ ଦିନରାତି
ମନ ପତଙ୍ଗ ବି ହୋଇ ଆକର୍ଷିତ
ଦିଏ ତହିଁ ଆତ୍ମାହୂତି
ମନର ଦହକ ଅଜଣା ମହକ
ମନକୁ ଜଳାଏ ନିତି
ଶୟନେ ସପନେ ଅବା ଜାଗରଣେ
ମନ ଜଳେ ଦିନରାତି
ସେହି ଜଳିବାରେ ଅବଶୋଷ ନାହିିଁ
ଅଛି ଅଭିସାର ପ୍ରୀତି
ସ୍ମୃତି ସ୍ମୃତି ସ୍ମୃତି
ସେତ ଅଫେରା ଫଗୁଣ ଚିଠି
ତଥାପି ମନରେ ଭରିଦିଏ ସେତ
ପ୍ରୀତି ଅଭିସାର ନିତି ।
ସ୍ମୃତି ସ୍ମୃତି ସ୍ମୃତି
କେବେ ମନେ ଆଣି ଅଦିନ ଝଡର
ବରଷାରେ ଭିଜା ରାତି
ବିରହ ବେଦନା ଅସହ୍ୟ ଯାତନା
ଦେଇଯାଏ ସାରାରାତି
ଅଜଣା ସୁନାମୀ ନେଇ ଆସେ କେବେ
ବଢାଇ ମନରେ ଭୀତି
ତଥାପି ଗଗନେ ତାରା ହୋଇ ମନେ
ଜାଳିଦିଏ ଆଶାବତୀ
ଆଶାର ସଳିତା ହୋଇ ମିଞ୍କିମିଞ୍ଜି
ଜଳୁଥାଏ ମନେ ସ୍ମୃତି
ସ୍ମୃତି ସ୍ମୃତି ସ୍ମୃତି
ସେ ତ ଅପାସୋରା ପ୍ରେମ ଗୀତି
ମନର କଥାକୁ ଆଙ୍କି ଦେଇଥିବା
ବର୍ଷା ଭିଜା ପ୍ରେମ ଚିଠି ।
କେବ ଉଏଁ ସ୍ମୃତି ପୂୁରୁବ ଆକାଶେ
ଆଶାର ସୁରୁଯ ହୋଇ
କେବେ ଅସ୍ତମିତ ପଶ୍ଚିମ ଆକାଶେ
ନିରାଶା ପାହାଡ ଡେଇଁ
କେବେ ଆସେ ସ୍ମୃତି ତପ୍ତ ମରୁ ବାଲି
ଝଡଟିଏ ମନେ ହୋଇ
କେବେ ବୁଣିଦିଏ କୋମଳ ଜହ୍ନର
ଶୀତଳ ଜୋଛନା ସେଇ
କେବେ ନିଦାଘର ଜଳନ୍ତା ସୂରୁଯ
ମୁଣ୍ଡଫଟା ଖରା ତାତି
କେବେ ବସନ୍ତର ମଳୟ ପବନ
ପୂର୍ଣ୍ଣମୀର ଜହ୍ନ ରାତି
ସ୍ମୃତି ସ୍ମୃତି ସ୍ମୃତି
ସେତ ଅଫେରା ଫଗୁଣ ଚିଠି ।
ହସ ଲୁହ ଭରା ଜୀବନ ନାଟକେ
ଥିବା ନାନା ଅନୁଭୂତି
ବିରହ ବେଦନା ହୃଦୟେ ପ୍ରତୀକ୍ଷା
ମିଳନର ମଧୁ ଗୀତି
ପାଶେ ନଥାଇ ବି ଦିଏ ଥିଲା ପଣ
ଜାଳିଦିଏ ଆଶାବତୀ
ଅଜଣା ଅଶୁଣା ହୃଦୁ ହୃଦେ ଲେଖା
ଅଫେରା ବସନ୍ତ ଚିଠି
ହୃଦ କନ୍ଦରରୁ ଝରି ଆସୁଥିବା
ମିଳନର ମଧୁଗୀତି
ସ୍ମୃତି ସ୍ନୃତି ସ୍ମୃତି
ଅଜଣାରୁ ଜଣା ହୃଦରୁ ହୃଦକୁ
ଲେଖା ପ୍ରୀତିଭରା ଚିଠି
ସ୍ମୃୃତି ସ୍ମୃତି ସ୍ମୃତି ।

