STORYMIRROR

Harekrushna Deb Sahoo

Classics Fantasy Thriller

3  

Harekrushna Deb Sahoo

Classics Fantasy Thriller

ସ୍ମୃତି

ସ୍ମୃତି

1 min
166

କୁନି କୁନି ଫୁଲ କେତେ ମୁଁ ତୋଳିଛି  

ତୁମ୍ଭ ସାଥେ ଧୂଳି ଖେଳ,

ସୁଖ ଦୁଃଖ ଭରା ଜୀବନେ ଆଣିଛି

ଶୈଶବ ସକାଳ ବେଳ ।


ଟିକି ଟିକି ତାରା ଗଗନେ ଉଇଁଛି 

ସଞ୍ଜବତୀ ସମ ଜଳେ,

ମିଞ୍ଜି ମିଞ୍ଜି ହୋଇ ଆକାଶେ ଜଳୁଛି 

ପୁଣ୍ୟମୟ ଶୁଭ କାଳେ। 


ଗୋଟି ଗୋଟି ହୋଇ ଉଦ୍ୟାନେ ଫୁଟିଛି 

ରଙ୍ଗ ବେରଙ୍ଗର ଫୁଲ,

ମଧୁମକ୍ଷୀ ଲଗ୍ନେ ବାସନା ଛୁଟୁଛି 

ପ୍ରଜାପତି ସଙ୍ଗେ ମେଳ। 


ହସଖୁସି ଭରା ଯେ ଶୈଶବ ଦିନେ

ସାଇତା ସ୍ମୃତି ସିନ୍ଦୁକ,

ଫେରି କି ଆସିଵ ସେ ସମୟ ଆଉ 

ଅଇନା ଫାଙ୍କେ ଝଲକ। 

     



Rate this content
Log in

Similar oriya poem from Classics