STORYMIRROR

Rashmibala Satapathy

Abstract

3  

Rashmibala Satapathy

Abstract

ସ୍ମୃତି

ସ୍ମୃତି

1 min
234

ସ୍ମୃତି ପିଲାଦିନର

ରେ ସମୟ ଫେରେଇ ଦେ ଥରେ ମୋ ପିଲାଦିନ,

ଫେରେଇ ଦେ ଥରେ ସେ ଅଳି ଅଝଟ ର ଦିନ।

ମା ର ସେ ମାଡ଼ ଆଉ ବାପାଙ୍କର ଆଦର,

ଭାଇର ମୋର ସେ ସ୍ମୃତି କଳି ଝଗଡାର।

ବାପାଙ୍କ ସହ ବିଲକୁ ଯାଇଥିଲୁ ସାଙ୍ଗ ହୋଇ,

କେତେ ଯେ ମଜା କରୁଥିଲୁ ଆମେ ସାଙ୍ଗହୋଇ।

ବାପା ମୋତେ ମାନୁଥିଲେ ଝିଅ ନୁହେଁ ମୁଁ ପୁଅ,

ସବୁବେଳେ କହୁଥିଲେ ମୋ ଝିଅ ପରି କେ ହବ କୁହ।

ଭାଇ ଶୁଣି ସବୁ ବେଳେ ରାଗୁଥିଲା ମନେ ମନେ,

ଏବେ ସେ ଏକାକୀ କରୁଅଛି ନିଜ କାମ ନିଜ ମନେ।

ମା ର ସେ ହାତ ରନ୍ଧା ଆଉ ପିଠା ପଣା,

ଆଉ ଖାଇପାରେ ନାହିଁ ବୋଲି ମନ କରେ ଉଣା।

ବାପାଙ୍କର ସବୁବେଳେ ପାଠ ପଢା କଥା,

ମନେ ପଡେ ଆଜି ଭାରି ତାଙ୍କ ନୀତି କଥା।

ସବୁବେଳେ 'ପାଠ ପଢ଼'' ପାଠ ପଢ଼' ବୋଲି କହୁଥାନ୍ତି,

ମା ଟିକେ କାମ ବରାଦ କଲେ ସେ ଚିଡି ଉଠନ୍ତି।

ମା ଙ୍କୁ ତାଗିଦ୍ କରନ୍ତି କାମ ମୋତେ ନ କହିବାକୁ,

ପାଠ ପଢିବା ବେଳେ ମୋ ସହ ନ ଗପିବାକୁ।

ସତରେ ସେ ସବୁ ଦିନ କେତେ ଭଲ ଥିଲା,

ଆଜି ସେ ସବୁ ମୋ ପାଇଁ ସ୍ବପ୍ନ ହୋଇଗଲା।

ବାସ୍ତବରେ ସମୟର ଖେଳ କେଡେ ବିଚିତ୍ର,

ଭାସି ଉଠେ ଆଜି ମନେ ସେ ପିଲାଦିନର ଚିତ୍ର।

ମାଡ଼, ଗାଳି, ଜିଦ୍, ଅଳି ଅଝଟ ଭିତରେ,

କଟିଗଲା ସତରେ ୧୫ ବରଷରେ।

ଥରେ ଫେରି ଆସନ୍ତା କି ମୋ ପିଲାଦିନ,

ସାଉଁଟି ରଖନ୍ତି ମନ ଭରି ସେ ସବୁ ଦିନ।। 


Rate this content
Log in

Similar oriya poem from Abstract