STORYMIRROR

Narendra Sahu

Tragedy

3  

Narendra Sahu

Tragedy

ସ୍ମୃତି ଆସେ ନଇଁ ନଇଁ

ସ୍ମୃତି ଆସେ ନଇଁ ନଇଁ

1 min
22.1K



ପାହାନ୍ତି ତାରାର ସନ୍ଦେଶଟି ନେଇ

ନିଦ ଲାଗେ ଛାଇ ଛାଇ,

ମନର ଅରଣ୍ଯେ ବସା ବାନ୍ଧି ଦେଇ

ସ୍ମୃତି ଆସେ ନଇଁ ନଇଁ।


ମନର ପାଲିଙ୍କି ଆସଇ ଚଢିକି

ନବ ବଧୂଟିଏ ହୋଇ,

ବାହୁ ବନ୍ଧନରେ ବାନ୍ଧିବା ପାଇଁରେ

ସ୍ମୃତି ଆସେ ନଇଁ ନଇଁ।


ସାୟାହ୍ନର ଏହି ଅଭୂଲା ମୂହୁର୍ତ୍ତ

କ୍ଳାନ୍ତ ମଧ୍ଯାହ୍ନର ଛାଇ,

ମୋ ତିକ୍ତ ମନରେ ଉଇଁବାକୁ ଧୀରେ

ସ୍ମୃତି ଆସେ ନଇଁ ନଇଁ।


ଜୀବନର ସେହି ନିଛୁକ କାହାଣୀ

ଓଢଣୀର ତଳେ ଥାଇ,

ଉପହାସ କରି ଦେବାକୁ ବିଦାରି

ସ୍ମୃତି ଆସେ ନଇଁ ନଇଁ।


ଘଟଣା ସକଳ ଅତୀତ ସେ କାଳ

ମନେ ବସା ବାନ୍ଧି ଦେଇ,

ବହୁଦିନ ପରେ ମନର କୋଣରେ

ସ୍ମୃତି ଆସେ ନଇଁ ନଇଁ।


ଜହ୍ନ ରାତି ଅବା ଝାଞ୍ଜି ଖରା ତାତି

ସବୁ ଯେ ମନେ ପଡଇ,

ଦେବା ପାଇଁ କିଛି ହସର ଫଗୁଣ

ସ୍ମୃତି ଆସେ ନଇଁ ନଇଁ।


ବେଳେ ବେଳେ ସ୍ମୃତି ସାଜେ କାଳ ରାତି

ପାଉଁଶ ତଳୁ ଉଠଇ,

ସେହି ନିଆଁ ନେଇ ଜାଳି ଦେବା ପାଇଁ

ସ୍ମୃତି ଆସେ ନଇଁ ନଇଁ।


ସ୍ମୃତି ତ ଆସିବ ଛବି ଯେ ଆଙ୍କିବ

ହୃଦୟର ସୀମା ଡେଇଁ,

ହୃଦୟର କୋଣକୁ ରଙ୍ଗ କରିବାକୁ

ସ୍ମୃତି ଆସେ ନଇଁ ନଇଁ।


©ନରେନ୍ଦ୍ର ସାହୁ,ଡଭାର,ଗଂଜାମ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy